ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା ବାତିଲ୍, କରୋନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

Published By : Prameya-News7 Bureau | July 01, 2020 IST

ଭୁବନେଶ୍ବର ୧।୭: ଯୁକ୍ତ ୨ ର ଅବଶିଷ୍ଟ ପରୀକ୍ଷା ବାତିଲ ହୋଇଛି । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦଇଛନ୍ତି । ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ଅବଶିଷ୍ଟ ପରୀକ୍ଷା ବାତିଲ କରିଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯିବା ସହ ପରୀକ୍ଷା ବାତିଲ କରାଯାଇଛି ।

ତେବେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରର ବେଷ୍ଟ ଅଫ୍ ୨/୩/୪ ଆଧାରରେ ମୂଲ୍ୟାୟନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତ । କମ୍ପାଟେବଲ ପରୀକ୍ଷାର୍ଥୀ ପୂର୍ବ ପରୀକ୍ଷାର ବେଷ୍ଟ ଅଫ୍ ୨/୩/୪ ଆଧାରରେ ମୂଲ୍ୟାୟନ କରାଯିବ । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.