ନଭେମ୍ବର ୧୬ରୁ ଯୁକ୍ତ ୨ ପାଇଁ ଫର୍ମ ଫିଲ୍ଅପ୍ : ଶେଷ ତାରିଖ ନଭେମ୍ବର ୨୬
8/11/2018 at 3:21 PM

ଭୁବନେଶ୍ବର ୮|୧୧: ନଭେମ୍ବର ୧୬ତାରିଖରୁ ଯୁକ୍ତ ୨ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମ ଫିଲ୍ଅପ୍ ଆରମ୍ଭ ହେବ । ଫର୍ମ ଫିଲ୍ଅପ୍ କରିବାର ଶେଷ ତାରିଖ ନଭେମ୍ବର ୨୬ ରଖାଯାଇଛି । ଏହାପରେ ନଭେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୫୦ ଟଙ୍କା ଫାଇନ୍ ଦେଇ ଫର୍ମ ଫିଲ୍ଅପ୍ କରିହେବ । ସେହିଭଳି ଡିସେମ୍ବର ୧ରୁ ୪ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ କଲେ ୩୫୦ ଟଙ୍କା ଫାଇନ୍ ଦେବାକୁ ପଡିବ । ଏହାପରେ କୌଣସି ଫର୍ମ ଗ୍ରହଣ କରାଯିବନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଯେଉଁମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଅଛି ସେମାନଙ୍କୁ ପ୍ରତି ପରୀକ୍ଷା ପିଛା ୨୦ଟଙ୍କା ଦେବାକୁ ପଡିବ । ଅନ୍ୟପକ୍ଷରେ କୌଣସି ପରୀକ୍ଷାର୍ଥୀ ଯଦି ନିଜ ପରୀକ୍ଷାକେନ୍ଦ୍ର ବଦଳାଇବା ପାଇଁ ଚାହାନ୍ତି ସେଥିପାଇଁ ୫ଶହ ଟଙ୍କା ଦେୟ ଦାଖଲ କରିବାକୁ ପଡିବ । ୨୦୧୫-୧୬ ଶିକ୍ଷାବର୍ଷରେ ପଞ୍ଜୀକୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାକେନ୍ଦ୍ର ପରିବର୍ତ୍ତନ ଲାଗି ଅତିରିକ୍ତ ୫୦ଟଙ୍କା ଦାଖଲ କରିବାକୁ ହେବ । ଯୁକ୍ତ ୨ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଚଳିତବର୍ଷ ପରୀକ୍ଷାରେ ନୂଆ ସିଲାବସ୍ ରୁ ସେଟ୍ ପ୍ରଶ୍ନ ଆସିବ ଏବଂ ଗତବର୍ଷ ଭଳି ପାର୍ଟନର ହେବ ।