ଚିଡିଆଖାନାରେ ଆଡଭାନ୍ସ ଖ୍ରୀଷ୍ଟମାସ୍, ପଶୁପକ୍ଷୀଙ୍କୁ ସ୍ପେଶାଲ ଗିଫ୍ଟ

Published By : Prameya-News7 Bureau | December 20, 2019 IST

ଲଣ୍ଡନ ୨୦।୧: ଆଗକୁ ଆସୁଛି ଖ୍ରୀଷ୍ଟମାସ୍ । ସେଲିବ୍ରେଟ୍ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଚିଡିଆଖାନାରେ ବି ଏଥିପାଇଁ ହୋଇଛି ଜୋରଦାର ପ୍ରସ୍ତୁତି । ଜୀବଜନ୍ତୁଙ୍କୁ ଆଡଭାନସଡ୍ ଖ୍ରୀଷ୍ଟମାସ ଟ୍ରିଟ୍ ମିଳିଛି । ଆଉ ଟ୍ରିଟ୍ ପାଇ ସେମାନେ ମଧ୍ୟ ବେଶ୍ ଖୁସି ହୋଇଛନ୍ତି ।

{"id":200173,"width":578,"height":396,"sizeSlug":"large"}

ଚିଡିଆଖାନାରେ ଖ୍ରୀଷ୍ଟମାସ୍ ଉପଲକ୍ଷେ ସବୁ ଜୀବଜନ୍ତୁଙ୍କୁ ମିଳିଛି ଟ୍ରିଟ୍ । କାହାକୁ ଗିଫ୍ଟ ଖୋଳରେ ତ  କାହାକୁ ଟୋପିରେ ଆଉ କାହାକୁ ଡବାରେ ତା ପସନ୍ଦର ଖାଦ୍ୟ ଦିଆଯାଇଛି । ବାଘ ତା ଗିଫ୍ଟ ଡବା ଖୋଲି ଖୁସିରେ ଖାଉଥିବା ଦେଖିବାକୁ ମିଳିଛି ।  ବିଭିନ୍ନ ପଶୁଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ମିଳିଛି । ତାଙ୍କ ମନ ପସନ୍ଦର ଖାଦ୍ୟ ମିଳିଛି ।  ଯାହାକୁ ପାଇ ସେମାନେ ଭି ଭାରି ଖୁସି ଅଛନ୍ତି ।

{"id":200174,"width":576,"height":395,"sizeSlug":"large"}

ଲଣ୍ଡନର ଏକ ଚିଡିଆଖାନାର ଏଭଳି ଦେଖିବାକୁ ମିଳିଛି । ଖ୍ରୀଷ୍ଟମାସ ଟ୍ରିଟ୍ ଆଇଡିଆ ଦ୍ବାରା ଚିଡିଆଖାନା ଦେଖିବାକୁ ଆସୁଥିବା ଦର୍ଶକମାନଙ୍କୁ ମଧ୍ୟ କିଛି ନୂଆ ଦେଖିବାକୁ ମିଳିବା ସହ ଜୀବଜନ୍ତୁ ମଧ୍ୟ ଏହାକୁ ବେଶ୍ ଉପଭୋଗ କରିଛନ୍ତି । କେବଳ ଯେ ମଣିଷମାନେ ଖ୍ରୀଷ୍ଟମାସ୍ ସେଲିବ୍ରେଟ୍ କରିବେ ତାନୁହେଁ  ବରଂ ଏଠି ପଶୁମାନଙ୍କୁ ବି ଖ୍ରୀଷ୍ଟମାସ୍ ସେଲିବ୍ରେଟ୍ କରିବାର ଦେଖିବାକୁ ମିଳିଛି । 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.