Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆସନ୍ତାକାଲି ବଡ଼ଦିନ : ଆଜି ମଧ୍ୟରାତ୍ରୀରେ ଜନ୍ମନେବେ ପ୍ରଭୁ ଯିଶୁ

24/12/2019 at 9:47 AM

ଭୁବନେଶ୍ବର ୨୪/୧୨:  ଆସନ୍ତାକାଲି ବଡ଼ଦିନ । ଆଜି ମଧ୍ୟ ରାତ୍ରୀରେ ଜନ୍ମନେବେ ଯିଶୁ । ଏଥିପାଇଁ ସଜେଇ ହେଲାଣି ବିଭିନ୍ନ ଚର୍ଚ୍ଚ । ସେହିଭଳି ବଜାରରେ ମଧ୍ୟ ଖୋଲିଛି ଖ୍ରୀଷ୍ଟମାସ ସାମଗ୍ରୀର ପସରା ।  ଏଥର ବଜାରକୁ ଆସିଛି ନୂଆ କ୍ରିସମାସ ଟ୍ରି । ଗୋଲଡେନ୍ ଟ୍ରୀ, ଆଇସ କ୍ରିସମାସ ଟ୍ରି ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ଫୁଟିକିଆରୁ ଆରମ୍ଭ କରି ୧୫ ଫୁଟ ପର୍ଯ୍ୟନ୍ତ ମିଳୁଛି କ୍ରିସମାସ ଟ୍ରି । ଯାହାର ଦର ୪୦ ଟଙ୍କାରୁ ୧୫ ହଜାର ରହିଛି । ଡ୍ୟାନ୍ସିଙ୍ଗ ସାଣ୍ଟା ବି ଲୋକଙ୍କ ମନ ମୋହୁଛି । ଏହା ଛଡା ସାନ୍ତା ଡ୍ରେସ୍ ଓ ମୁଖାର ମଧ୍ୟ ବେଶି ଚାହିଦା ରହିଛି । ଲୋକେ ନିଜର ପ୍ରିୟ ପରିଜନଙ୍କୁ ଉପହାର ଦେବା ପାଇଁ ତଥା ଘର ସଜେଇବା ପାଇଁ ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି ।

   Related Posts