ଆଜି ବଡଦିନ : ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ, ସଜେଇ ହୋଇଛି ଚର୍ଚ୍ଚ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ବର।କଟକ।ସମ୍ବଲପୁର।ବାଙ୍ଗାଲୋର ୨୫।୧୨: ଆଜି ବଡ଼ଦିନ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ଯୀଶୁଙ୍କୁ ସ୍ବାଗତ କରିଛନ୍ତି ଶ୍ରଦ୍ଧାଳୁ । ନାଚି ଗାଇ କେକ୍ କାଟି ଯୀଶୁଙ୍କ ଜନ୍ମ ଉତ୍ସବକୁ ପାଳନ କରିଛନ୍ତି । ପରସ୍ପରକୁ କ୍ରିସମାସ୍ ଡେର ଶୁଭେଚ୍ଛା ଜଣାଇଛନ୍ତି । ସବୁଆଡେ ଉତ୍ସବର ପରିବେଶ । ରଙ୍ଗୀନ ଆଲୋକରେ ଝଲସୁଛି ବିଭିନ୍ନ ଚର୍ଚ୍ଚ । ଆଜି ବିଭିନ୍ନ ଚର୍ଚ୍ଚରେ ବଡ଼ଦିନର ଶୁଭେଚ୍ଛା ,ମିଠା,କେକର ଆସର ବି ଜମିବ । ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ ସମେତ ଅନ୍ୟ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ହୋଇଛି ।  ଲୋକେ ବଡ଼ଦିନ ପାଇଁ ଖାସ୍ ସପିଂ କରିଛନ୍ତି । ନୂଆ କପଡ଼ା କିଣିବା ସହ ଭଳିକି ଭଳି ଖାଦ୍ୟ ପାଇଁ ବଜାରରେ ଭିଡ଼ ଜମିଛି। 

{"id":202368,"sizeSlug":"large"}

ସେହିପରି କଟକର ବିଭିନ୍ନ ଚର୍ଚ୍ଚରେ ବେଶ ଆନନ୍ଦ ଉଲ୍ଲାସର ସହ ଖ୍ରୀଷ୍ଟମାସ ପାଳିତ । ମଙ୍ଗଳବାର ମଧ୍ୟରାତିରେ ପ୍ରଭୁ ଯୀଶୁଙ୍କ ଧରାବତରଣ ସହ  ଖ୍ରୀଷ୍ଟ ମାସ ପାଳନ ଆରମ୍ଭ ହୋଇଛି । କଟକର ବାପଟିଷ୍ଟ ଚର୍ଚ୍ଚ, କ୍ୟାଥଲିକ୍ ଚର୍ଚ୍ଚ ଓ ଚର୍ଚ୍ଚ ଅଫ୍ ଏପିଫାନୀରେ ବଡ ଦିନ ପାଳନ ପାଇଁ ବିଶେଷ ଆୟୋଜନ ହୋଇଥିଲା । ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ପ୍ରଥମେ ଚର୍ଚ୍ଚ ଗୁଡିକରେ କ୍ୟାରଲ ସଙ୍ଗୀତ ଗାନ କରାଯାଇଥିଲା । ଯିଶୁଙ୍କ ଧରାବତରଣ ପରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା ସହ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ଦିଆଯାଇଥିଲା ।  ବଡ ଦିନ ପାଳନରେ କଟକର ହିନ୍ଦୁ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ବଡ ଦିନ ପାଳନକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ବିଭିନ୍ନ ଚର୍ଚ୍ଚରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

{"id":202370,"sizeSlug":"large"}

ସମ୍ବଲପୁରରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଧୂମଧାମ୍ ରେ ପାଳନ କରାଯାଉଛି । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ, ଖ୍ରୀଷ୍ଟଧର୍ମରେ ବିଶ୍ବାସ କରୁଥିବା ଭାଇଭଉଣୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସମ୍ବଲପୁରରେ ଥିବା ୮ଟି ଚର୍ଚ୍ଚରେ ଏହି ଉତ୍ସବକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତେ ପାଳନ କରିଥିଲେ । ପ୍ରଭୁ ଯୀଶୁଙ୍କ ଦର୍ଶନ କରିବା ପରେ, ସମସ୍ତେ ସମ୍ମିଳିତ ପ୍ରାର୍ଥନା କରିବା ସହ, ଧରାପୃଷ୍ଠରେ ବାସ କରୁଥିବା ସମସ୍ତଙ୍କ ପାଇଁ ଶାନ୍ତି,ମୈତ୍ରୀ,ପ୍ରେମର ବାର୍ତ୍ତା ମାଗିଥିଲେ ।

{"id":202371,"sizeSlug":"large"}

ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କର ଜନ୍ମ ସାରା ବିଶ୍ୱରେ ବହୁ ହସ ଉଲ୍ଲାସର ସହିତ ପାଳନ ହେଉଥିବା ବେଳେ ବାଙ୍ଗାଲୋର ସହରରେ ଥିବା ସମସ୍ତ ଚର୍ଚ୍ଚ ମାନଙ୍କରେ ମଧ୍ୟ ବହୁ ହସ ଉଲ୍ଲାସ ର ସହ ଯୀଶୁ ଙ୍କର ଜନ୍ମ ପାଳିତ ହୋଇଛି।ବାଙ୍ଗାଲୋର ସହରର ମୁଖ୍ୟ ଚର୍ଚ୍ଚ ଗୁଡିକ ମଧ୍ୟରେ ବିବେକନଗର, ସିବାଜିନଗର,ଏମ୍. ଜି.ରୋଡ,ଜୟନଗର ଚର୍ଚ୍ଚ ଗୁଡିକରେ ସନ୍ଧ୍ୟା ବେଳୁ ବହୁତ ସଂଖ୍ୟକ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ବିଶେଷକରି ବିବେକନଗର ଚର୍ଚ୍ଚ ରେ ଦସ ହଜାର ରୁ ଅଧିକ ଭକ୍ତ ଏକାଠି ହୋଇଥିଲେ। ଏଠାରେ ମହମବତୀ ଜାଳି ନିଜର ମାନସିକ ରଖିଲେ ନିଶ୍ଚୟ ପୁରାଣ ହୁଏ ବୋଲି ବିଶ୍ୱାସ ଅଛି। ଏହି ଚର୍ଚ୍ଚ ରେ ଭିତରେ ଯେତିକି ଭକ୍ତ ଏକାଠି ହୋଇଥିଲେ ବାହାରେ ମଧ୍ୟ ତା ଠାରୁ ଅଧିକ ଭକ୍ତ ଏକାଠି ହୋଇ ପ୍ରଭୁ  ଯୀଶୁଙ୍କ  ଧରାବତରଣକୁ   ବହୁ ଆନନ୍ଦର ସହ   ଗୀତ ଗାଇ ପାଳନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.