Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସଜେଇ ହୋଇଛି ଚର୍ଚ୍ଚ, ଶୋଭା ପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ, ଝୁଲୁଛି ଜିଙ୍ଗଲ୍ ବେଲ୍

25/12/2018 at 5:54 PM

ମେରି ଖ୍ରୀଷ୍ଟମାସ । ଧରାପୁଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ମଧ୍ୟରାତ୍ରିରେ ପ୍ରଭୁ ଯୀଶୁ ଜନ୍ମ ନେବାପରେ ସାରା ବିଶ୍ବରେ ଆନନ୍ଦ ଉଲ୍ଲାସର ପରିବେଶ । ବିଭିନ୍ନ ଚର୍ଚ୍ଚ ପରିସରରେ ଖ୍ରୀଷ୍ଟମାସ ଲ୍ୟାମ୍ପ ଶୋଭା ପାଉଥିବା ବେଳେ ଝୁଲୁଛି ଜିଙ୍ଗଲ୍ ବେଲ୍ । ବିଭିନ୍ନ ଉପହାର ଖଚିତ  ଖ୍ରୀଷ୍ଟମାସ ବୃକ୍ଷ ଝଲସୁଛି । କେକ୍‌ କଟାଯିବା ସହ ସାନ୍ତା କ୍ଲଜ୍‌ ଚକୋଲେଟ୍‌ ଓ ଉପହାର ବାଣ୍ଟୁଛି ।  ରଂଗୀନ ଆଲୋକରେ ଶୋଭା ପାଉଛି ଚର୍ଚ୍ଚ । ଯୀଶୁଙ୍କ ଆଗମନ ପାଇଁ ସୋମବାର ବିଳମ୍ବିତ ରାତି ଯାଏ ଚାଲିଥିଲା ଦିବ୍ୟଯଜ୍ଞ ଓ ପୂଜା ପାଠ । ଶ୍ରଦ୍ଧାଳୁ ଶୀତକୁ ଖାତିର ନକରି ଇଶ୍ବରଙ୍କ ବାକ୍ୟ ଶୁଣିବାରେ ମସଗୁଲ ଥିଲେ ।  କେବଳ ଖ୍ରୀଷ୍ଟ ଧର୍ମାଲମ୍ବୀ ନୁହନ୍ତି ଅନ୍ୟ ଧର୍ମ ଓ ଜାତିର ଲୋକେ ବି ଏହି ପବିତ୍ର ମୁହୂର୍ତ୍ତକୁ ଉପଭୋଗ କରିବାପାଇଁ ଚର୍ଚ୍ଚରେ ରୁଣ୍ଡ ହୋଇଥିଲେ । ଚାଲିଥିଲା କାରୋଲ ଗାନ । କନ୍ଧମାଳ ବଲାଙ୍ଗିର , ଜୟପୁର, ଯାଜପୁର ଆଦି ସ୍ଥାନର ଚର୍ଚ୍ଚଗୁ଼ଡିକରେ ବି ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଭୁ ଯୀଶୁଙ୍କୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ନାଚି ଗାଇ ସ୍ବାଗତ କରିଥିଲେ।

ସେହିଭଳି ମୁମ୍ବାଇ, ଦିଲ୍ଲୀ କୋଲକାତା ସମେତ ବିଭିନ୍ନ ସହରରେ ମ୍ୟାରୀ ଖ୍ରୀଷ୍ଟମାସକୁ ଧୁମ୍‌ଧାମରେ ପାଳନ କରାଯାଇଛି । ଅହମ୍ମଦାବାଦରେ ଏଥିପାଇଁ ଏକ ବଡ କେକ୍  କଟାଯାଇଥିବା ବେଳେ ପୁରୀ ବେଳାଭୂମିରେ ସୁଦର୍ଶନ ପଣ୍ଡା ସାନ୍ତା କ୍ଲଜ୍‌ର ଏକ ବଡ ସ୍ୟାଣ୍ଡ ଆର୍ଟ କରିଛନ୍ତି । ଯାହାର ଉଚ୍ଚତା ୩୦ ଫୁଟ ଉଚ୍ଚ ଥିବା ବେଳେ ୧୦୦ ଫୁଟ ଓସାର ରହିଛି  ।

ସେହିଭଳି ବେଥେଲହାମ୍‌ରେ ଯୀଶୁଙ୍କ ଆଗମନକୁ ନେଇ ଦେଖିବାକୁ ମିଳିଥିଲା ଆୟୋଜନ । ପୋପ୍‌ ଫ୍ରାନସିସ୍‌ ଶ୍ରଦ୍ଧାଳୁଙ୍କ ଉଦ୍‌ବୋଧନ ଦେଇଛନ୍ତି । ସେହିପରି ଭାଟିକାନ ସିଟି,  ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ , ଆମେରିକା ୱାସିଙ୍ଗଟନ୍‌, ଦକ୍ଷିଣ ଆଫ୍ରିକାର କେପଟାଉନ୍‌, ଇଟାଲୀ , ଫ୍ରାନ୍ସ ଆଦି ସ୍ଥାନରେ ଖ୍ରୀଷ୍ଟମାସକୁ ଜାକଜମକ ଓ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା।

   Related Posts