କ୍ରିଷ୍ଟିଆନୋ ରୋନାଲ୍ଡୋ ସର୍ବାଧିକ ଗୋଲ୍ ସ୍କୋରର୍, ଭାଙ୍ଗିଲେ ଜୋସେଫ୍ ବାଇକ୍ୟାନଙ୍କ ୬୫ ବର୍ଷ ତଳର ରେକର୍ଡ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ, ୨୧/୦୧:   ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ୍ ସାହାଯ୍ୟରେ ଜୁଭେଣ୍ଟସ୍ ନାପୋଲୀକୁ ୨-୦ ଗୋଲରେ ପରାସ୍ତ କରିଛି । ଏହାସହ ଇଟାଲିଆନ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉପରେ କବଜା କରିଛି ଜୁଭେଣ୍ଟସ୍ । ଏହି ଗୋଲ୍ ଦେଇ ରୋନାଲ୍ଡୋ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ରୋନାଲ୍ଡୋ ୭୬୦ ଟି ଗୋଲ୍ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଜୋସେଫ୍ ବାଇକ୍ୟାନଙ୍କୁ ପଛରେ ପକାଇଛନ୍ତି । ମୋଟ୍ ୭୬୦ଟି ଗୋଲ୍ ସହ ସେ କୌଣସି କ୍ଲବ୍ ଓ ଦେଶ ତରଫରୁ ଖେଳି ସର୍ବାଧିକ ଗୋଲର ରେକର୍ଡ ହାସଲ କରିଛନ୍ତି ।

ଜୁଭେଣ୍ଟାଇସ ଏହି ବିଜୟ ସହ ନବମ ଇଟାଲିଆନ ସୁପର କପ୍ ଟାଇଟଲ ବିଜୟୀ ହୋଇଛି । ତେବେ ରୋନାଲ୍ଡୋ ନିକଟରେ ବ୍ରାଜିଲର ପେଲେଙ୍କ ରେକର୍ଡ ଭାଙ୍ଗିଥିଲେ । ପେଲେ ୭୫୭ ଗୋଲ୍ କରିଥିଲେ । ରୋନାଲ୍ଡୋଙ୍କ ପଛରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସୀ ୭୪୨ଟି ଗୋଲ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୋମାରିଓ ୭୩୪ଟି ଗୋଲ୍ କରିଥିଲେ ।

ମୋଟ୍ ୭୬୦ଟି ଗୋଲ୍ ମଧ୍ୟରୁ ରୋନାଲ୍ଡୋ ରିଅଲ ମାଦ୍ରିଦ ତରଫରୁ ୪୫୦, ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ୧୧୮ ଓ ପର୍ତ୍ତୁଗାଲ ପକ୍ଷରୁ ୧୦୨ଟି ଗୋଲ୍ କରିଛନ୍ତି । ଏହାବ୍ୟତୀତ ଜୁଭେଣ୍ଟାଇନ୍ ପକ୍ଷରୁ ୮୫ଟି ଓ ସ୍ପୋର୍ଟିଂ ଲିସବନ୍ ପକ୍ଷରୁ ସେ ୫ଟି ଗୋଲ୍ ସ୍କୋର କରିଛନ୍ତି ।

୨୦୧୩ରେ ରୋନାଲ୍ଡୋ ୬୯ଟି ଗୋଲ୍ କରିଥିବା ବେଳେ ୨୦୦୭ରେ ୩୪, ୨୦୦୮ରେ ୩୫, ୨୦୦୯ରେ ୪୮, ୨୦୧୧ରେ ୬୦, ୨୦୧୨ରେ ୬୩, ୨୦୧୪ରେ ୬୧, ୨୦୧୫ରେ ୫୭, ୨୦୧୬ରେ ୫୫ ଓ ୨୦୧୭ରେ  ୫୩ଟି ଗୋଲ୍ କରିଥିଲେ ।

ସୂଚନାଯୋଗ୍ୟ, ଜୋସେଫ୍ ବାଇକ୍ୟାନ ନିଜର ୨୪ ବର୍ଷର ଫୁଟବଲ କ୍ୟାରିଅରରେ ୭୫୯ଟି ଗୋଲ ସ୍କୋର କରିଥିଲେ । ସେ ୧୯୩୧ରୁ ୧୯୫୫ ମଧ୍ୟରେ ଫୁଟବଲ ଖେଳୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.