ପାକିସ୍ତାନ​‌ରେ ଧାର୍ମିକ ବିଦ୍ବେଶ ଭୟଙ୍କର, ଖ୍ରୀଷ୍ଟିଆନ୍ ମା-ପୁଅଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦଳେ ଦୁର୍ବୃତ୍ତ

Published By : Prameya-News7 Bureau | November 11, 2020 IST

ଲାହୋର ୧୧/୧୧: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ସଂଖ୍ୟାଲଘୁ ସମୁଦାୟଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେମାନଙ୍କ ଜୀବନ ନେବାକୁ ବି ପଛାଉନାହାନ୍ତି। ଗୁଜରାନଓ୍ବାଲାରେ ଖ୍ରୀଷ୍ଟିଆନ୍‌ ସମୁଦାୟର ମା ଓ ପୁଅଙ୍କୁ ଭିଡ଼ର ଆକ୍ରୋଶ (ମବ୍‌ ଲିଞ୍ଚିଂ)ର ଶିକାର ହେବାକୁ ପଡ଼ିଛି। ଏହି ଇସ୍‌ଲାମ ଭିଡ଼ ଭିତରେ ମା-ପୁଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ତେବେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହେଉଥିବା ଅତ୍ୟାଚାରର ଏହା ହେଉଛି ସଦ୍ୟତମ ଉଦାହରଣ। ଖ୍ରୀଷ୍ଟିଆନ୍‌ ମହିଳା ୟଶମିନ୍‌ ଓ ତାଙ୍କ ପୁଅ ଉସମାନ ମାଶିଙ୍କୁ ହତ୍ୟା କରାଯାଇଛି। ସାମାଜିକ କର୍ମୀ ରାହତ ଅଷ୍ଟିନ୍‌ଙ୍କ ଅନୁସାରେ ୟଶମିନଙ୍କୁ ମହମ୍ମଦ ହାସିମ୍‌ ଯିଏକି ଭିଡ଼ର ନେତୃତ୍ବ ନେଇଥିଲା ଗୁଳି କରି ମାରିଛି। ତାଙ୍କ ପୁଅ ଗୁରୁତର ହୋଇଥିବା ବେଳେ କିଛି ସମୟ ପରେ ଆଖି ବୁଜିଥିଲେ। ମୃତ୍ୟୁ ପୂର୍ବରୁ ଉସମାନ ନିଜ ପତ୍ନୀଙ୍କ ହାତ ଧରିଥିବା ବେଳେ ତାଙ୍କର ଦୁଇ ଝିଅ ବାପାର ମୃତ୍ୟୁକୁ ଆଖିରେ ଦେଖୁଥିଲେ। ତେବେ ମା-ପୁଅ ଦେଶକୁ ନିନ୍ଦା କରୁଥିବା ଅଭିଯୋଗରେ ତାଙ୍କୁ ହତ୍ୟା କରାଯାଇଛି ​‌ବୋଲି ସୂଚନା ମିଳିଛି।

wp:core-embed/twitter {"url":"https://twitter.com/johnaustin47/status/1325925000063320064","type":"rich","providerNameSlug":"twitter","className":""}
https://twitter.com/johnaustin47/status/1325925000063320064
/wp:core-embed/twitter

ତେବେ ଏନେଇ ପାକିସ୍ତାନୀ ମିଡିଆ କିମ୍ବା ସରକାରଙ୍କ ପକ୍ଷରୁ କିଛି କୁହାଯାଇନଥିବା ବେଳେ ଏଭଳି ମବ୍‌ ଲିଞ୍ଚିଂ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। କିଛି ଦିନ ପୂର୍ବରୁ ଏହି ସ୍ଥାନରୁ ଜଣେ ୧୩ ବର୍ଷୀୟା ଝିଅକୁ ଅପହରଣ କରି ନିଆଯାଇଥିଲା। ଝିଅଟି ଖ୍ରୀଷ୍ଟିଆନ୍‌ ସମୁଦାୟର ହୋଇଥିବା ବେଳେ ତାକୁ ଜୋର ଜବରଦସ୍ତ ଇସ୍ଲାମ ଧର୍ମକୁ ପରିବର୍ତ୍ତନ କରାଯାଇଥିଲା।

ଏହି ଘଟଣାକୁ ନେଇ ଏବେ ପାକିସ୍ତାନର ଅଳ୍ପସଂଖ୍ୟକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଝିଅର ନାଁ ରଜା ଥିଲା। ଘରେ ଥିବା ବେଳେ ତାଙ୍କ ପଡ଼ୋଶୀ ଘର ରହୁଥିବା ଅଲି ଅଜହର ଅକ୍ଟୋବର ୧୩ରେ ଅପହରଣ କରିଥିଲା। ତେବେ ପରେ ଅଜହର ଝିଅକୁ ୧୮ ବର୍ଷ ହୋଇଥିବା ନେଇ କାଗଜ ପତ୍ର ଦେଖାଇବା ସହ ବିବାହ କଥା କହିଥିଲା। କିନ୍ତୁ ଏହା ବିରୋଧରେ ରଜାଙ୍କ ବାପା ମା ସିନ୍ଧ ହାଇକୋର୍ଟ ଯାଇଥିଲେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହା ପରେ ପାକିସ୍ତାନ​‌ରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.