Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୪୭ ବର୍ଷ ବୟସରେ ମାଷ୍ଟର ବ୍ଲାଷ୍ଟରଙ୍କ ଫିଟନେସ୍ ଦେଖି ତାଜୁବ ହେଲେ କ୍ରିସ୍ ଟ୍ରେଲମେଟ୍, ଟ୍ଵିଟ୍ କରି କହିଲେ…

11/03/2021 at 4:21 PM

ରାୟପୁର ୧୧।୦୩: ରାୟପୁରରେ ସଂପ୍ରତି ସଡକ ସୁରକ୍ଷା ଓ୍ଵାର୍ଲ୍ଡ ସିରିଜ୍ ୨୦୨୧ ଜାରି ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଅନେକ କିମ୍ବଦନ୍ତୀ ଖେଳାଳି ନିଜ ନିଜ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରୁଛନ୍ତି। ଏହି କ୍ରମରେ ଇଂଲଣ୍ଡ ଲିଜେଣ୍ଡ୍ସର ଦ୍ରୁତ ବୋଲର କ୍ରିସ୍ ଟ୍ରେମଲେଟ୍ ଭାରତୀୟ ଲିଜେଣ୍ଡ୍ସର ଅଧିନାୟକ ସଚିନ ତେନ୍ଦୁଲକରଙ୍କ ଫିଟନେସ୍ ଦେଖି ଚକିତ ହୋଇ ପଡିଛନ୍ତି। ଜିମ୍‌ରେ ଏହି ଦୁଇ ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଟ୍ରେମଲେଟ୍ ମହାନ ଖେଳାଳି ସଚିନଙ୍କ ଫିଟନେସ୍ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉଭୟ ଖେଳାଳି ସଡକ ସୁରକ୍ଷା ଓ୍ଵାର୍ଲ୍ଡ ସିରିଜ୍ ୨୦୨୧ରେ  ନିଜ ନିଜ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରୁଛନ୍ତି।

ନିଜ ଟ୍ଵିଟର ଆକାଉଣ୍ଟରେ ଫଟୋ ସେୟାର କରି ଟ୍ରେମଲେଟ୍ ମାଷ୍ଟର ବ୍ଲାଷ୍ଟରଙ୍କ ଫିଟନେସ୍‌କୁ ବେଶ ପ୍ରଶଂସା କରିଛନ୍ତି। ୪୭ ବର୍ଷ ବୟସରେ ମଧ୍ୟ ସଚିନଙ୍କ ଏହି ଫିଟନେସ୍‌ ଟ୍ରେମଲେଟ୍‌ଙ୍କୁ ତାଜୁବ କରିଛି। ସଚିନ ତେନ୍ଦୁଲକର ୨୦୧୩ରେ ୩୯ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେହି ସମାନ ବର୍ଷ ଟ୍ରେମଲେଟ୍ ଇଂଲଣ୍ଡ ପକ୍ଷରୁ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିଲେ।

ସଡକ ସୁରକ୍ଷା ପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଗତ ବର୍ଷଠୁ ରୋଡ୍ ସେଫଟି ଓ୍ଵାର୍ଲ୍ଡ ସିରିଜ୍  ଆରମ୍ଭ ହୋଇଛି। ତେବେ ଗତ ବର୍ଷ କରୋନା ମହାମାରୀ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ବଳକା ମ୍ୟାଚ୍‌ ରାୟପୁରରେ ଖେଳାଯାଉଛି।

ଟୁର୍ଣ୍ଣାମେଣ୍ଟର ନବମ ମ୍ୟାଚ୍‌ରେ ଇଂଲଣ୍ଡ ଲିଜେଣ୍ଡ୍ସ କେଭିନ୍ ପିଟରସନଙ୍କ ଦମଦାର ବିସ୍ଫୋରକ ବ୍ୟାଟିଂ ଜରିଆରେ ଭାରତୀୟ ଲିଜେଣ୍ଡ୍ସକୁ ୬ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ଓ୍ଵିକେଟ୍‌ରେ ୧୮୮ ରନ କରିଥିଲା। ପିଟସରନ ୩୭ ବଲରୁ ୭୫ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଇରଫାନ ପଠାନଙ୍କ ୩୪ ବଲରୁ ୬୧ ରନର ଇନିଂସ ବଳରେ ଭାରତ ୧୮୨ ରନ କରିବାକୁ ସକ୍ଷମ ହୋଇଥିଲା।

   Related Posts