Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଲେ ଏହି ବିସ୍ଫୋରକ ବ୍ୟାଟସମ୍ୟାନ

8/09/2020 at 6:59 PM

ଆବୁଧାବି ୦୮।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ କ୍ରିସ୍‌ ଲିନ୍‌ ମଙ୍ଗଳବାର ନିଜ ଫ୍ରାଞ୍ଚାଇଜି ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେବା ପାଇଁ ଆବୁଧାବି ପହଞ୍ଚିଛନ୍ତି।

ଭାରତରେ କୋଭିଡ୍-୧୯ ସଂକ୍ରମଣ କାରଣରୁ ବିଶ୍ଵର ସବୁଠୁ ଧନଶାଳୀ ଟି-୨୦ ଲିଗ୍‌ର ଆୟୋଜନ ୟୁଏଇରେ ହେଉଛି। ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ ସେପ୍ଟେମ୍ବର ୧୯ରେ ମୁମ୍ଵାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି  ଟୂର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୦ରେ ଖେଳାଯିବ।

ମୁମ୍ବାଇ ଇଣ୍ଡିଆନ୍ସର ଦଳୀୟ ସୂତ୍ର ଅନୁଯାୟୀ କିଓ୍ଵି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଅନୁଭବୀ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ପାଟିସନ ଗତ ସପ୍ତାହରେ ଦଳରେ ସାମିଲ ହୋଇଛନ୍ତି।

ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସର ମୁକାବିଲା କରିବ। ଆଇପିଏଲର ୧୩ତମ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଝାଳବୁହା ଅଭ୍ୟାସ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ସଫଳ ଦଳ। ଏହି ଦଳ ଚାରି ଥର ଆଇପିଏଲ ଟାଇଟଲ୍‌ ଜିତିବାରେ ସଫଳ ହୋଇଛି। ଚେନ୍ନାଇ ସୁପରକିଙ୍ଗ୍ସ ତିନି ଥର ଟ୍ରଫି ଜିତିଛି।

   Related Posts