୧୮ ମାସ ପରେ ଦଳକୁ ଫେରିଲେ କ୍ରିସ୍ ଗେଲ୍, ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଟିମ୍‌ରେ ସାମିଲ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ,୨୭/୦୨:  ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ ଦୀର୍ଘ  ୧୮ ମାସ ପରେ ଦଳକୁ ଫେରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟି୨୦ ମ୍ୟାଚ୍ ସିରିଜ ପାଇଁ ୧୪ ସଦସ୍ୟ ଖେଳାଳିଙ୍କ ମଧ୍ୟରେ ଗେଲଙ୍କୁ ସ୍ଥାନ ମିଳିଛି । କାରବିଆନ ଟିମ୍ ତରଫରୁ ଗେଲ୍ ନିଜର ଶେଷ ମୁକାବିଲା ଅଗଷ୍ଟ ୨୦୧୯ରେ ଖେଳିଥିଲ । ଚଳିତ ବର୍ଷ ଟି୨୦ ବିଶ୍ୱକପ୍ ଆୟୋଜନ ହେବ ।  ଗେଲ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳିବେ ବୋଲି ଆଶା କରୁଛି । ଏପରିକି କ୍ରିସ୍ ଗେଲ୍ ଚଳିତ ଥର ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିବେ ।

ଶ୍ରୀଲଙ୍କା ଓ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ମୁକାବିଲା ଆଣ୍ଟିଗାର କୁଲିଜ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୩ରୁ ୭ ତାରିଖ ଯାଏଁ ଏହି ମୁକାବିଲା ହେବ । ଇଣ୍ଡିଜର ନେତୃତ୍ୱ ଭାର କାଏରନ୍ ପୋଲାର୍ଡଙ୍କ ଉପରେ ରହିଛି । ଗେଲଙ୍କ ବ୍ୟତୀତ ୯ ବର୍ଷ ପରେ ଦ୍ରୁତ ବୋଲର ଫିଡେଲ୍ ଏଡଓ୍ୱାର୍ଡସ୍ ଦଳକୁ ଫେରିଛନ୍ତି । ସେ ନିଜର ଶେଷ ମୁକାବିଲା ୨୦୧୨ରେ ଖେଳିଥିଲେ ।

ଇଣ୍ଡିଜ ଦଳରେ ଆଣ୍ଡ୍ର୍ୟୁ ରସଲେ, ସୁନୀଲ ନାୟାରଣ, ସିମରୋନ୍ ହେଟମାୟର, ରୋଷ୍ଟେନ୍ ଚେଜ୍, ଓଶିନୋ ଥୋମାସ ଓ ସେଲଡନ୍ କଣ୍ଟ୍ରେଲଙ୍କ ଭଳି ଖେଳାଳିଙ୍କୁ ସ୍ଥାନ ମିଳିଛି । ରସେଲ କରୋନାରୁ ସୁସ୍ଥ ହେଉଛନ୍ତି । ତେବେ ଆଉ କିଛି ଖେଳାଳି ଫିଟନେସ୍ ଟେଷ୍ଟ ପାସ୍ କରିନାହାଁନ୍ତି ।

ସୂଚନାଯୋଗ୍ୟ, ଗେଲ୍ ଗତ ଆଇପିଏଲରେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିଲେ । ଚଳିତ ଥର ପଞ୍ଜାବ ତାଙ୍କୁ ରିଟେନ୍ କରିଛି । ଗତ ଆଇପିଏଲରେ ସେ ଆଶାନୁରୂପକ ପ୍ରଦର୍ଶନ କରିପାରି ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.