Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଘରୋଇ ମାଟିରେ ଶେଷ ଟି୨୦ ଖେଳିବେ ଗେଲ୍ ! ବିଗ୍ ହିଟରଙ୍କ ପାଇଁ ବଡ ଆୟୋଜନ କରିଛି ଇଣ୍ଡିଜ୍ ବୋର୍ଡ

7/12/2021 at 1:10 PM

ନୂଆଦିଲ୍ଲୀ, ୦୭/୧୨: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି କ୍ରିସ୍ ଗେଲ୍ । ଏହାସହ ସମସ୍ତ ଫର୍ମାଟକୁ ସେ କରିଛନ୍ତି ବାଏ ବାଏ । ତେବେ ଟି୨୦ ଫର୍ମାଟରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ଅନେକଙ୍କ ପାଇଁ ସ୍ୱପ୍ନ । ୧୪ ହଜାର ରନ୍ ସହ ୨୨ଟି ଶତକ ଲଗାଇବାରେ ସେ ଟି୨୦ ଫର୍ମାଟରେ ଏକମାତ୍ର ବ୍ୟାଟର୍ । କିନ୍ତୁ ଟି୨୦ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ଭଲ ନଥିଲା ।

ଓ୍ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଗେଲଙ୍କୁ ବିଦାୟ ଦେବାକୁ ସମସ୍ତ ପ୍ରସ୍ତୁତି କରିସାରିଛି । କ୍ରିକଇନଫୋ ଖବର ଅନୁସାରେ, ଜାନୁଆରୀ ୧୬ରେ ଓ୍ୱେଷ୍ଟ ଇଣ୍ଡିଜ ଓ ଆୟାର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟି୨୦ ମୁକାବିଲା ଖେଳାଯିବ । ଏହା ଗେଲଙ୍କ ଶେଷ ମୁକାବିଲା ହୋଇପାରେ । ଜାନୁଆରୀ ୮ରୁ ୧୬ ମଧ୍ୟରେ ଉଭୟ ଦଳ ତିନୋଟି ଦିନିକିଆ ଓ ଗୋଟିଏ ଟି୨୦ ମ୍ୟାଚ୍ ଖେଳିବେ । ଟି୨୦ ମୁକାବିଲା ସାବିନା ପାର୍କରେ ଖେଳାଯିବ ।

ଇଣ୍ଡିଜ ବୋର୍ଡର ସିଇଓ କହିଥିଲେ ଯେ, ସମସ୍ତେ ଗେଲ୍ ଘରୋଇ ଗ୍ରାଉଣ୍ଡରେ ଖେଳନ୍ତୁ ବୋଲି ଚାହାଁନ୍ତି । ଆୟାର୍ଲାଣ୍ଡ ସିରିଜ୍ ଏଥିପାଇଁ ଉପଯୁକ୍ତ ଅଟେ । ଗେଲ୍ ଟି୨୦ ଏକଦା ୧୭୫ ରନର ବଡ ଇନିଂସ ଖେଳିଥିଲେ । ଟେଷ୍ଟରେ ସେ ୨ଥର ତ୍ରିଶକ ଲଗାଇଛନ୍ତି ।

ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଗେଲ୍ ଖରାପ ପ୍ରଦର୍ଶନ କରିଥିଲେ । ସେ ୫ଟି ମ୍ୟାଚରୁ କେବଳ ୪୫ ରନ୍ କରିପାରିଥିଲେ । କିନ୍ତୁ ମୋଟ୍ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି । ସେ ୨୨ଟି ଶତକ ଓ ୮୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାସହ ଟି୨୦ରେ ମୋଟ ୧୪୩୨୧ କରିଛନ୍ତି ।ଟେଷ୍ଟ ମ୍ୟାଚରେ ତାଙ୍କର ସର୍ବାଧିକ ସ୍କୋର ୩୩୩ । ଦିନିକିଆରେ ସେ ୩୦୧ ମ୍ୟାଚ୍ ଖେଳି ୩୮ ଆଭରେଜରେ ୧୦୪୮୦ ରନ୍ କରିଛନ୍ତି । ଯେଉଁଥିରେ ୨୫ଟି ଅର୍ଦ୍ଧଶତକ ରହିଛି ।    

   Related Posts