ବ୍ୟାଟ୍ ଫିଙ୍ଗିବା ପଡିଲା ମହଙ୍ଗା: କ୍ରିସ୍ ଗେଲ୍‌ଙ୍କୁ ଦେବାକୁ ହେବ ଜରିମାନା

Published By : Prameya-News7 Bureau | October 31, 2020 IST

ନୂଆଦିଲ୍ଲୀ ୩୧/୧୦ : କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ଉପରେ ମ୍ୟାଚ୍ ରେଫରୀ ଜରିମାନା ଲଗାଇଛନ୍ତି। ଗେଲଙ୍କ ଉପରେ ଆଇପିଏଲର ଆଚାର ସଂହିତା (code of conduct breach) ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମ୍ୟାଚ୍ ଫି'ର ୧୦ ପ୍ରତିଶତ ଜରିମାନା ଦେବାକୁ ପଡିବ। ଶୁକ୍ରବାର ଦିନ ରାଜସ୍ତାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍ ସମୟରେ ଗେଲ୍ ଆଉଟ୍ ହେବାପରେ ମଇଦାନରେ ବ୍ୟାଟ୍ ଫିଙ୍ଗି ଦେଇଥିଲେ।ତାଙ୍କ ଉପରେ ଆଇପିଏଲ୍ ଆଚାର ସଂହିତା ଲେଭଲ୍-୧ ର ଚାର୍ଜ ଲାଗିଛି। ତାଙ୍କ ଉପରେ ଖେଳ ଭାବନାକୁ ଆଘାତ କରିଥିବା ଆରୋପ ଲଗାଯାଇଛି।

{"id":353671,"sizeSlug":"large"}

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଗେଲ ବହୁତ ଭଲ ବ୍ୟାଟିଂ କରିଥିଲେ। ଚୌକା-ଛକ୍କା ମାରୁଥିବା ଗେଲ୍ ଆଇପିଏଲରେ ନିଜର ସପ୍ତମ ଶତକ ପାଖାପାଖି ପହଞ୍ଚି ଯାଇଥିଲେ। ୧୯ ଓଭରରେ ଜୋଫରା ଆର୍ଚରଙ୍କ ତୃତୀୟ ବଲରେ ଗେଲ୍ ଛକ୍କା ମାରି ୯୯ ରନରେ ପହଞ୍ଚିଥିଲେ। ଗେଲ୍ ଆଉ ଏକ ଶତକ କରିବାକୁ ପାଖାପାଖି ନିର୍ଣ୍ଣୟ ହୋଇଯାଇଥିଲା। କିନ୍ତୁ ଚତୁର୍ଥ ବଲରେ ବୋଲ୍ଡ ହୋଇଗଲେ। ଏହାପରେ ଗେଲ୍ ରାଗିଯାଇ ନିଜ ବ୍ୟାଟକୁ ତଳେ ପକାଇଦେଇଥିଲେ।

{"id":353673,"sizeSlug":"large"}

କ୍ରିସ୍ ଗେଲ୍ ୬୩ ବଲରେ ୯୯ ରନ୍ କରି ଆଉଟ୍ ହୋଇଗଲେ। ସେ ୬ଟି ଚୌକା ଓ ୮ଟି ଛକ୍କା ମାରିଥିଲେ। ଅର୍ଥାତ କେବଳ ଚୌକା ଛକ୍କାରେ ୭୨ ରନ ହାସଲ୍ କରିଥିଲେ। ଚଳିତ ଆଇପିଏଲରେ ଗେଲଙ୍କର ଏହା ତୃତୀୟ ଅର୍ଦ୍ଧଶତକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.