କ୍ରିସ ଗେଲଙ୍କ ସେହି ରେକର୍ଡ, ୭ ବର୍ଷ ହେଲା ରହିଛି ଅତୁଟ, ଷ୍ଟାଡିୟମରେ ହୋଇଥିଲା ଛକା-ଚଉକା ବର୍ଷା

Published By : Prameya-News7 Bureau | April 23, 2020 IST

ବାଙ୍ଗାଲୋର, ୨୩|୦୪:  ଆରୋନ ଫିଞ୍ଚ । ଏବେ ସେ ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ରହିଛନ୍ତି । ସେ ୨୦୧୩ ଆଇପିଏଲରେ ପୁଣେ ଓ୍ୱାରିଅର୍ସର ଅଧିନାୟକ ରହିଥିଲେ । ପୁଣେ ଲଗାତାର ଖରାପ ପ୍ରଦର୍ଶନ କରୁଥିଲା । ୨୦୧୩ ଆଇପିଏଲର ୩୧ ନମ୍ବର ମ୍ୟାଚରେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା । ପୁଣେ ଟସ ଜିତି ବାଙ୍ଗାଲୋରରୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।

{"id":258844,"width":746,"height":390,"sizeSlug":"large"}

ବାଙ୍ଗାଲୋର ତରଫରୁ ଓପନିଂ ପାଇଁ ଦିଲସାନ ଓ କ୍ରିସ ଗେଲ୍ କ୍ରିଜକୁ ଆସିଥିଲେ । ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଗେଲଙ୍କୁ ବାନ୍ଧି ରଖିଥିଲେ । ଦ୍ୱିତୀୟ ଓଭର ଇଶ୍ୱର ପାଣ୍ଡେ ବୋଲିଂ କରିଥିଲେ । ଓଭରର ପ୍ରଥମ ବଲରେ ଗେଲ୍ ଚଉକା ମାରିଥିଲେ । ସେହି ସମୟରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଅଧ ଘଣ୍ଟା ପାଇଁ ମ୍ୟାଚ ରୋକିବାକୁ ପଡିଥିଲା ।ଗେଲ୍ ନିଜେ ଜାଣି ନଥିଲେ ଦଳ ଯେତେ ସ୍କୋର କରିବାକୁ ଚାହୁଁଛି ସେ ନିଜେ ସେତିକି ରନ କରିବେ ।

{"id":258845,"width":751,"height":393,"sizeSlug":"large"}

ବର୍ଷା ରୋକିବା ପରେ ଗେଲ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୭ ବଲରୁ ଅର୍ଧଶତକ ପୂରଣ କରିଥିଲେ । ଏହାପରେ ଦଳର ସ୍କୋର ୮୦ରେ ପହଁଚି ଯାଇଥିଲା । ଗେଲ୍ ସେତେବେଳକୁ ୬୭ ରନ କରିସାରିଥିଲେ ।  ଅଷ୍ଟମ ଓଭର ବୋଲିଂ କରିବାକୁ ଫିଞ୍ଚ ନିଜେ ଆସିଥିଲେ । ତାଙ୍କ ଓଭରରେ ଗେଲ ୪ଟି ଛକା ଓ ଗୋଟିଏ ଚଉକା ଲଗାଇଥିଲେ । ଏହି ଓଭରରୁ ମୋଟ ୨୯ ରନ ଆସିଥିଲା । କିନ୍ତୁ ସବୁଠାରୁ ଭଲ କଥା ହେଲା ଯେ ଫିଞ୍ଚ ଚଳିତ ବର୍ଷ ବାଙ୍ଗାଲୋର ତରଫରୁ ଖେଳିବେ । 

ଏହି ମ୍ୟାଚରେ କେବଳ ଭୁବନେଶ୍ୱର କୁମାର ହିଁ ୪ ଓଭର ବୋଲିଂ କରି ୨୩ ରନ ବ୍ୟୟ କରିଥିଲେ । ଅନ୍ୟ ସମସ୍ତ ବୋଲରଙ୍କୁ ଗେଲ୍ ପ୍ରହାର କରିଥିଲେ । ବାଙ୍ଗାଲୋର ୨୦ ଓଭରରେ ୫ ଓ୍ୱିକେଟ ହରାଇ ୨୬୩ ରନ କରିଥିଲା । ଯାହା ସର୍ବାଧିକ ସ୍କୋର ହୋଇ ରହିଛି । ଗେଲ୍ ଏକା ୧୭୫ ରନ କରିଥିଲେ ।ସେ ମାତ୍ର ୩୦ ରନରେ ଶତକ ପୂରଣ କରିଥିଲେ ।  ସେ ୧୩ଟି ଚୌକା ଓ ୧୭ଟି ଛକ୍କା ଲଗାଇଥିଲେ । ଯାହା ଏକ ରେକର୍ଡ ହୋଇ ରହିଛି । ୭ ବର୍ଷ ହେଲା ଏହା ଅତୁଟ ରହିଛି । ପୁଣେ ମାତ୍ର ୧୩୩ ରନ କରିପାରିଥିଲା । ବାଙ୍ଗାଲୋର ୧୩୦ ରନରେ ବିଜୟୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.