Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

‘ଶେର୍‌ ବୁଢା ହୋଇନି, ଏବେବି ଗର୍ଜନ କରୁଛି ବ୍ୟାଟ୍’, କ୍ରିସ ଗେଲଙ୍କ ଦମଦାର୍ ଇନିଂସ ପରେ କହିଲା କିଙ୍ଗସ୍ ଏକାଦଶ ପଞ୍ଜାବ

27/10/2020 at 4:02 PM

ଦୁବାଇ, ୨୭|୧୦ :  ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ୍ ଗେଲଙ୍କୁ ଟି୨୦ କ୍ରିକେଟର ବାଦଶାହ କୁହାଯାଏ । କାରଣ ସେ ଦ୍ରୁତ ଗତିରେ ରନ୍ ସ୍କୋର କରନ୍ତି । ଆହୁରି ମଧ୍ୟ ଲମ୍ବା ଛକା ଲଗାଇଥାନ୍ତି । ସେ ନିଜକୁ ପୁଣିଥରେ ବାଦଶାହ ବୋଲି ପ୍ରମାଣିତ କରିଛନ୍ତି । ଭଲ ଖେଳିବାରେ ବୟସ ଯେ ବାଧକ ସାଜେନି ତାହା ପୁଣି ପ୍ରମାଣିତ ହୋଇଛି ଗତକାଲି ଖେଳାଯାଇଥିବା କିଙ୍ଗସ୍ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ । ଏହି ମ୍ୟାଚରେ ଗେଲ୍ ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ମାତ୍ର ୨୯ ବଲରୁ ୫୧ ରନ୍ କରିଥିଲେ । ଏଥିରେ ୬ଟି ଛକା ଓ ୨ଟି ଚୌକା ସାମିଲ ଥିଲା ।

ଏହି ମ୍ୟାଚରେ କ୍ରିସ ଗେଲ୍ ଓ ମନଦୀପ ସିଂଙ୍କ ମଧ୍ୟରେ ଦ୍ରୁଢ ପାର୍ଟନରସିପ୍ ହୋଇଥିଲା । ମନଦୀପ ସିଂ ୬୬ ରନ୍ କରିଥିଲେ । ଫଳରେ କେକେଆର ୮ ଓ୍ୱିକେଟରେ ପରାଜିତ ହୋଇଥିଲା । ଏହି ମ୍ୟାଚରେ ମନଦୀପ ୬୬ ରନ୍ କରିଥିଲେ । ଏହାସହ ଲଗାତର ୫ଟି ମ୍ୟାଚ୍ ଜିତି ପଞ୍ଜାବ ୫ ନମ୍ବର ସ୍ଥାନରେ ପହଁଚି ଯାଇଛି ।

ମ୍ୟାଚ୍ ପରେ ପଞ୍ଜାବ ପକ୍ଷରୁ ଗେଲଙ୍କ ପ୍ରଶଂସାରେ ଟ୍ୱିଟ୍ କରାଯାଇଛି । ଟ୍ୱିଟରେ କୁହାଯାଇଛି ଯେ, ବାଘର ବୟସ ଅଧିକ ହୋଇଯାଇଛି । କିନ୍ତୁ ବୁଢା ହୋଇନାହିଁ । ଗେଲ୍ ବର୍ତ୍ତମାନ ଟି୨୦ରୁ ଅବସର ନେବା କଥା ଚିନ୍ତା କରିନାହାଁନ୍ତି । ମ୍ୟାଚ୍ ଜିତିବା ପରେ ଗେଲ୍ କହିଛନ୍ତି ଯେ, ଟିମର ଯୁବ ଖେଳାଳିମାନେ ତାଙ୍କୁ ଟି୨୦ରୁ ଅବସର ନନେବାକୁ କହିଛନ୍ତି । ମନଦୀପ ସିଂ ମଧ୍ୟ ଗେଲଙ୍କୁ ପ୍ରଶଂସା କରିବା ସହ ସେ କେବେବି ଅବସର ନେବା ଅନୁଚିତ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଗେଲ୍ ଖେଳିବା ପରେ ପଞ୍ଜାବ ଗୋଟିଏ ହେଲେ ମ୍ୟାଚ୍ ହାରି ନାହିଁ । ଗତ ୫ଟି ମ୍ୟାଚରେ ପଞ୍ଜାବକୁ ବିଜୟ ମିଳିଛି । ଗେଲ୍ ଆଇପିଏଲ ୨୦୨୦ରେ ଏବେସୁଦ୍ଧା ୫ଟି ମ୍ୟାଚ୍ ଖେଳି ୧୭୭ ରନ୍ କରିଛନ୍ତି । ଏହି ସମୟରେ ସେ ୧୫ଟି ଛକା ଲଗାଇଛନ୍ତି ।

   Related Posts