ସୁପର ଓଭର ପୂର୍ବରୁ ରାଗି ଯାଇଥିଲେ କ୍ରିସ ଗେଲ୍, ଜାଣନ୍ତୁ କାହିଁକି...

Published By : Prameya-News7 Bureau | October 19, 2020 IST

ଦୁବାଇ, ୧୯।୧୦:  ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ପରେ କିଙ୍ଗସ୍ ଏକାଦଶ ପଞ୍ଜାବର ମନୋବଳ ଦୃଢ ରହିଛି । ଦୁଇଟି ସୁପର ଓଭର ପରେ ପଞ୍ଜାବ ବିଜୟ ଲାଭ କରିଥିଲା । ତେବେ ସୁପର ଓଭର ପୂର୍ବରୁ ପଞ୍ଜାବର ଖେଳାଳି ଚିନ୍ତିତ ହୋଇ ପଡିଥିଲେ । କାରଣ ନିଶ୍ଚିତ ବିଜୟ ହାତଛଡା ହୋଇଯାଇଥିଲା । କିନ୍ତୁ ଟି୨୦ କ୍ରିକେଟର ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ ଗେଲ୍ ଚିନ୍ତିତ ନୁହେଁ ବରଂ ଦଳର ଖରାପ ପ୍ରଦର୍ଶନ ପାଇଁ ରାଗି ଯାଇଥିଲେ । ଏନେଇ ସେ ମୟଙ୍କ ଅଗ୍ରଓ୍ୱାଲଙ୍କ ସହ ଆଲୋଚନା ବେଳେ କହିଛନ୍ତି ।

ମୂମ୍ବାଇ ବିପକ୍ଷ ମୁକାବିଲାରେ ପଞ୍ଜାବକୁ ବିଜୟ ପାଇଁ ୯ ରନ ଆବଶ୍ୟକ ଥିଲା । ଏହାପରେ ଶେଷ ବଲରେ ଦଳକୁ ଦୁଇ ରନ୍ ଦରକାର ଥିଲା । କିନ୍ତୁ ଗେଲ୍ କେବଳ ଗୋଟିଏ ରନ୍ କରିପାରିଥିଲେ । ଏହି ପ୍ରଦର୍ଶନ ପାଇଁ ଗେଲ ରାଗି ଯାଇଥିବା ମ୍ୟାଚ୍ ପରେ କହିଛନ୍ତି ।

{"id":347288,"sizeSlug":"large"}

ସେ କହିଥିଲେ ଯେ, ଏପରି ସ୍ଥିତିରେ ସେ ଅନେକ ମ୍ୟାଚ୍ ଜିତାଇଛନ୍ତି । କିନ୍ତୁ ମୁମ୍ବାଇ ବିପକ୍ଷ ମ୍ୟାଚରେ ସେ ଶେଷ ବଲରେ ବଡ ହିଟ୍ ଲଗାଇ ପାରିନଥିଲେ । ତେବେ ଏପରି ଘଟଣା କ୍ରିକେଟରେ ଘଟିଥାଏ ବୋଲି କହିଛନ୍ତି ।

ଗେଲ୍ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପାଇଁ ମ୍ୟାନ୍ ଅଫ ଦି ମ୍ୟାଚ୍ ହେଉଛନ୍ତି ମହମ୍ମଦ ସାମି । କାରଣ ସାମି ଗୋଟିଏ ପରେ ଗୋଟିଏ ୟର୍କର ବଲ୍ ବୋଲିଂ କରିଥିଲେ । ମୁମ୍ବାଇକୁ ବିଜୟୀ ହେବାକୁ ୬ ରନ୍ ଦେଇନଥିଲେ । ତେଣୁ ମ୍ୟାଚ୍ ପୁଣି ଥରେ ଟାଇ ହୋଇଥିଲା । ଦ୍ୱିତୀୟ ସୁପର ଓଭର ଯାଏଁ ଖେଳ ଯାଇଥିଲା । ଏବେ ଦୁଇଟି ମ୍ୟାଚରେ ଲଗାତର ବିଜୟ ପରେ ପଞ୍ଜାବ ପ୍ଲେ ଅପ ରେସରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.