ନିର୍ବାଚନୀ ମାହୋଲରେ 'ଚୌକିଦାର ପରଠା'ର ନିଅନ୍ତୁ ମଜା : ଥାଳିର ଓଜନ ୧୦ କିଲୋ, ରହିଛି ୨୮ ରାଜ୍ୟର ବ୍ୟଞ୍ଜନ

Published By : Prameya-News7 Bureau | April 13, 2019 IST

ନୂଆଦିଲ୍ଲୀ ୧୩/୪ : ଦେଶରେ ଏବେ ନିର୍ବାଚନୀ ମାହୋଲ | ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି | ନିର୍ବାଚନୀ ପ୍ରଚାର ଲୋକଙ୍କ ମଧ୍ୟରେ ଦେଶ ଭକ୍ତି ଭାବନା ମଧ୍ୟ ଜାଗ୍ରତ କରୁଛି | ଛକ ହେଉ କି ଚା'ଦୋକାନ ହେଉ ପ୍ରତ୍ୟେକ ଜାଗାରେ ଚାଲିଛି ଚର୍ଚ୍ଚା | ଲୋକେ ନିର୍ବାଚନୀ ପ୍ରଚାରର ମଜା ବି ନେଉଛନ୍ତି | ଯଦି ଆପଣ ନିର୍ବାଚନର ମଜା ନେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ଆଉ ଏକ ମଜାଳିଆ ଖବର | କନ୍ନଟ ପ୍ଲେସ ସ୍ଥିତ ଅର୍ଡର ୨.୧ ରେସ୍ତୋରାଁକୁ ଗଲେ ଖାଇବାରେ ମଧ୍ୟ ପାଇବେ ନିର୍ବାଚନୀ ମଜା | ଦେଖିବାକୁ ଏହି ଜାଗା ନିର୍ବାଚନୀ ମଂଚ ଭଳି ନୁହେଁ | କିନ୍ତୁ ସେଠାକାର ଭୋଜନରେ ଆପଣ ସାରା ଦେଶର ବ୍ୟଞ୍ଜନର ମଜା ନେଇପାରିବେ | ଆମ ଦେଶର ପ୍ରତ୍ୟେକ ରାଜ୍ୟର ବ୍ୟଞ୍ଜନର କିଛି ବିଶେଷତ୍ୱ ରହିଛି | ଏହି ରେସ୍ତୋରାଁରେ ଆପଣ ସବୁ ରାଜ୍ୟର ବ୍ୟଞ୍ଜନର ମଜା ପାଇପାରିବେ |

{"id":103163}


ତେବେ ଏହି ରେସ୍ତୋରାଁର ବିଶେଷତ୍ୱ ହେଲା ପରଠା | ଏହି ରେସ୍ତୋରାଁରେ ଆପଣ ପାଇବେ ଚୌକିଦାର ପରଠା | ମୋଦିଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି ଚୌକିଦାର ପରଠା ଡିଜାଇନ କରାଯାଇଛି | ରେସ୍ତୋରାଁର ସଂଚାଳକ ମେଘା କାଲରା କହିଛନ୍ତି ଯେ, ମୋଦିଙ୍କ କେତେବେଳେ ଶକ୍ତ ସ୍ୱଭାବ ତ ପୁଣି କେତେବେଳେ ନରମ ସ୍ୱଭାବ | ମୋଦିଙ୍କ ସ୍ୱଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏହି ପରଠା | ଏହା ପରଠା ଲଙ୍କା ଏବଂ ପୁଦିନାର ମିଶ୍ରଣରେ ତିଆରି ହେଉଛି | ଠିକ ମୋଦିଙ୍କ ସ୍ୱଭାବ ଭଳି | ଲୋକଙ୍କୁ ଏହି ଚୌକିଦାର ପରଠା ବହୁତ ପସନ୍ଦ ଆସୁଛି ଏବଂ ଆକର୍ଷିତ କରୁଛି ବୋଲି କହିଛନ୍ତି କାଲରା |

{"id":103167}


ଏହି ରେସ୍ତୋରାଁରେ ଖାଇବା ପରସା ଯାଉଥିବା ଥାଳିକୁ ଏକ ପ୍ଲେଟର ର ରୂପ ଦିଆଯାଇଛି | ଭାରତ ମାନଚିତ୍ର ଭଳି ଡିଜାଇନ କରାଯାଇଛି ଏହି ଥାଳିକୁ | ଏହି ଥାଳିରେ ୨୮ ରାଜ୍ୟର ବିଶେଷତ୍ୱ ବ୍ୟଞ୍ଜନ ପରସା ଯାଇଥାଏ | ଏହି ଥାଳିର ଓଜନ ପାଖାପାଖି ସାଢେ ୫ କିଲୋରୁ ୧୦ କିଲୋ | ଏଥିରେ କାଶ୍ମୀରରୁ ଆରମ୍ଭ କରି ତାମିଲନାଡୁର ବ୍ୟଞ୍ଜନ ରଖାଯାଇଛି |

{"id":103166}


ଏହି ଥାଳିରେ ରହିଛି ପଞ୍ଜାବର ବଟର ପନିର ମସଲା, ବିହାରର ଲିଟ୍ଟୀ ଚୋଖା, ଗୁଜରାଟର ଢ଼ୋକଲା ଏବଂ ଖାଣ୍ଡବି, ଗୋଂଗୁରା ପଚଡ଼ି, ଆଳୁ ପୋସ୍ତ, ହିମାଚଳର ଛୋଲେ, ପଂଚରଙ୍ଗି ଡାଲି, ମିଠା | ଆମିଷରେ ରହିଛି ପଂଜାବୀ ଚିକେନ ବଟର ମସଲା, ହାଇଦ୍ରାବାଦ ସ୍ପେଶାଲ ବିରିୟାନୀ, ଲକ୍ଷ୍ନୌ ଗଲୋଟି, କବାବ, ମଟନ ପେପର ଫ୍ରାଏ, ଚିକେନ ଚେତ୍ତିନାଡ଼, ଗୋଆ ଫିସ ଇତ୍ୟାଦି | ପ୍ରତ୍ୟେକ ବ୍ୟଞ୍ଜନରୁ ଅଲଗା ଅଲଗା ରାଜ୍ୟର ବାସନା ମଧ୍ୟ ଆସିଥାଏ | ଭୋଜନରେ ରାଜସ୍ଥାନର ରାଜଭୋଗ ଏବଂ ସାଗୁ ଖିରି ମଧ୍ୟ ଉପଲବ୍ଧ | ଏହାଛଡା ପୁଦିନା ଚଟଣୀ, ଭାଙ୍ଗ ଚଟଣୀ ଏବଂ ଚାରୁ ମଧ୍ୟ ପରସା ଯାଇଥାଏ |


ଏହି ଥାଳି ପ୍ରଥମ ପର୍ଯ୍ୟାୟ ଲୋକସଭା ଦିନ ଅର୍ଥାତ ଏପ୍ରିଲ ୧୧ ତାରିଖରେ ଲଞ୍ଚ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.