୩ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ଚୌଦ୍ବାର ପୋଲିସ
23/06/2019 at 1:53 PM

କଟକ ୨୩/୬: ଚୌଦ୍ବାର ପୋଲିସ ୩ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ଏହି ୩ ଜଣ ହେଲେ ଚୌଦ୍ବାରର ଚିତ୍ତରଞ୍ଜନ ଦାସ, ମିଟୁ ସାମଲ ଓ ଆନନ୍ଦ ସାମଲ। ଏହି ତିନିଜଣ ଗତକାଲି ରାତିରେ ଆଗ୍ରହାଟ-ଶଙ୍କରପୁର ରାସ୍ତାରେ ଅପରାଧ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଖବର ପାଇ ଚୌଦ୍ବାର ପୋଲିସ ଚଢ଼ଉ କରିଥିଲା।

ସେମାନଙ୍କ ଠାରୁ ଗୋଟିଏ ରିଭଲଭର, ଗୋଟିଏ ଗୁଳି ଏବଂ ଏକ ଆକ୍ଟିଭା ଗାଡ଼ି ଜବତ କରାଯାଇଛି। ଗିରଫ ୩ ଜଣଙ୍କ ନାଁରେ କଟକ ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
Related Posts
ମାଟ୍ରିକ୍ ପରୀକ୍ଷା ନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ
15 April 2021
ଧରାପଡିଲେ ୩ ବ୍ରାଉନସୁଗାର ବେପାରୀ, ଖସିଗଲା ମୁଖ୍ୟ ଅଭିଯୁକ୍ତ
15 April 2021