Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ବିବାଦରେ ଚୌଦ୍ବାର ଜେଲ୍ : ବନ୍ଦୀଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ

10/12/2019 at 5:06 PM

କଟକ ୧୦/୧୨: ସୋମବାର ଚୌଦ୍ବାର ଜେଲ ପରିସରରେ ବିଚରାଧୀନ ବନ୍ଦୀ ଆତ୍ମହତ୍ୟା ଘଟଣାକୁ ନେଇ ଅଡୁଆ ପରିସ୍ଥିତିରେ ଜେଲ କର୍ତ୍ତୃପକ୍ଷ। ଚୌଦ୍ବାର ଜେଲ ପରିସରରେମୃତ ବନ୍ଦୀ ବେଦ ପ୍ରକାଶ ବେହେରାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା ଓ ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ଆହୁରି ଅଭିଯୋଗ କରିଛନ୍ତି ,ବେଦ ପ୍ରକାଶ ଗାମୁଛା ଲଗାଇ ଆତ୍ମହତ୍ୟା କରିନାହାନ୍ତି ରସିରେ ଶ୍ବାସରୁଦ୍ଧ ହୋଇ ମରିଛନ୍ତି। ବେଦ ପ୍ରକାଶଙ୍କୁ ଏକ ଦୁଷ୍କର୍ମ ମାମଲାର ଗତ ଜୁନ ମାସ ୨୦ ତାରିଖରେ ଗିରଫ କରିଥିଲା କନ୍ଦରପୁର ପୋଲିସ୍। ସେବେଠୁ ସେ ଜେଲରେ ଥିଲେ।

ଅସୁରକ୍ଷିତ ହୋଇ ପଡିଛି କଟକ ଚୌଦ୍ବାର ଜେଲ। ଜେଲ ଭିତରେ ଯାଉଛି ଗୋଟିଏ ପରେ ଗୋଟିଏ ବନ୍ଦୀ ଙ୍କ ଜୀବନ।.କିଏ ଆତ୍ମହତ୍ୟା କରୁଛି ତ ଆଉ କେହି ଜେଲ ଭିତରରେ ପରସ୍ପରକୁ ଆକ୍ରମଣ କରିବା ଫଳରେ ଯାଉଛି ବନ୍ଦୀଙ୍କ ଜୀବନ। ଏବେ ପୁଣି ଆସିଛି ଜେଲ ପରିସରରୁ ଏକ ଆତ୍ମହତ୍ୟା ଘଟଣା। ଗତ କାଲି ଚୌଦ୍ବାର ଜେଲ ପରିସରରରେ ବୋଲଗଡ ମାଳି ସାହି ଅଞ୍ଚଳର ବିଚରାଧୀନ ବନ୍ଦୀ ଥିବା ବେଦ ପ୍ରକାଶ ବେହେରା ବେକରେ ଗାମୁଛା ଲଗାଇ ଏକ ଗଛରେ ଆତ୍ମହତ୍ୟା କରିଥିଲେ।.ହେଲେ ଆଜି ପରିବାର ଲୋକ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ବିଚରାଧୀନ ବନ୍ଦୀ ଥିବା ବେଦ ପ୍ରକାଶଙ୍କୁ ଜେଲ ଭିତରେ ନିର୍ଯ୍ୟାତନା ଦିଆଯାଉଥିବା ବେଦ ପ୍ରକାଶ ତାଙ୍କ ପରିବାର ଲୋକଙ୍କୁ ବହୁବାର ଜଣାଇଥିଲେ।ସେଥି ପାଇଁ ସେ ସେଠାରେ ସୁରକ୍ଷିତ ନୁହେଁ ତାଙ୍କୁ ମାରିଦେବେ ବୋଲି ମଧ୍ୟ କହିଥଲେ। ତେଣୁ ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ମାରି ଦିଆଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।.

ପୂର୍ବରୁ ମଧ୍ୟ ଜେଲରେ ବହୁ ହତ୍ୟା କାଣ୍ଡ ଘଟିଥିବା ନଜିରକୁ ଆସିଛି। ତେବେ ଜେଲରେ କଏଦୀ ହୁଅନ୍ତୁ କିମ୍ବା ବିଚରାଧୀନ ବନ୍ଦୀ ସେଠାରେ ସୁରକ୍ଷିତ ନୁହନ୍ତି ବୋଲି ବେଦ ପ୍ରକାଶଙ୍କ ଓକିଲ କହିଛନ୍ତି। ବେଦ ପ୍ରକାଶ ଏକ ଦୁଷ୍କର୍ମ ମାମଲା ଅଭିଯୋଗରେ ଗତ ଜୁନ ୨୦ ତାରିଖରେ ତାଙ୍କୁ କନ୍ଦରପୁର ଥାନା ପୋଲିସ ଗିରଫ କରି ଚୌଦ୍ବାର ଜେଲ ପଠାଇଥିଲା। ତାଙ୍କ ମାମଲା ବିଚାରୀଧୀ ନ ରହିଥିଲା।ତେବେ ଜେଲର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏଭଳି ହୋଇଥିବା ତାଙ୍କ ଆଇନଜିବୀ କହିଛନ୍ତି।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ ଗ୍ରାଫି ସହ ଶବ ପଞ୍ଚନାମା ହେବା ପରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

   Related Posts