ଚୌଦ୍ବାର ଜେଲ ଉପରେ ଏବେ ପୋଲିସର ନଜର : ବଡ ବଡ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାରଙ୍କ ପାଲଟିଛି ଠିକଣା

Published By : Prameya-News7 Bureau | December 01, 2019 IST

କଟକ ୧/୧୨: ଚୌଦ୍ବାର ଜେଲ ଉପରେ ଏବେ ପୋଲିସର ରହିଛି ତୀକ୍ଷ୍ଣ ନଜର। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଠାରୁ ଆରମ୍ଭ କରି ସକିଲ,ତପୁ ଭଜନା ଭଳି ଅପରାଧୀଙ୍କ କବଜାରେ ଏବେ ଚୌଦ୍ବାର ଜେଲ। କେଉଁ ମୁହୁର୍ତ୍ତରେ ଜେଲ ଭିତରେ ଗ୍ୟଙ୍ଗଓ୍ବାର ହେବାର ସମ୍ଭାବନା ଥିବା ବେଳେ ବାହାରେ ମଧ୍ୟ ଅପରାଧୀଙ୍କ ନେଟଓ୍ବାର୍କ ଚାଲୁଥିବ ତାହା କହିବା ମୁସ୍କିଲ। ସେଥିପାଇଁ ଉଭୟ ଜେଲ ଓ ପୋଲିସ ଅଧିକ ସଜାଗ ରହିବାକୁ ଆଇନଜୀବି ଓ ପୂର୍ବତନ ପୋଲିସ ଅଧିକାରୀ ମତ ଦେଇଛନ୍ତି।

ଚୌଦ୍ବାର ଜେଲ ଏବେ ବଡ ବଡ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାରଙ୍କ ପାଲଟିଛି ଠିକଣା। ସବୁବେଳେ ଚୌଦ୍ବାର ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଥାଏ ପ୍ରଶ୍ନ। କେତେବେଳେ ଜେଲ ଭିତରେ ଅଭିଯୁକ୍ତକୁ ହତ୍ୟା ତ କେତେବେଳେ ମୋବାଇଲ ବ୍ୟବହାରକୁ ନେଇ ହୋଇଥାଏ ଚର୍ଚ୍ଚା। ବର୍ତ୍ତମାନ ସମୟରେ ଚୌଦ୍ବାର ଜେଲରେ ଗ୍ୟାଙ୍ଗ ଷ୍ଟାର ରାଜା ଆଚାର୍ଯ୍ୟ,ମହମ୍ମଦ ସକିଲ,ତପୁ,ଚଗ ଭଜନା ,ଟିଟୋ ସହଯୋଗୀ ଟୁଟୁନି ଭଳି ବହୁ ଅପରଧୀ ଙ୍କ ଠିକଣା ପାଲଟିଛି। କେଉଁ ମୁହୁର୍ତ୍ତରେ ଜେଲ ଭିତରେ ଗ୍ୟାଙ୍ଗଓ୍ବାର ଘଟିବା ସହ ଜେଲ ଭିତରେ ଥାଇ ବାହାର ଅପରାଧ ଦୁନିଆ ଚାଲୁଥିବ ତାହା କହିବା ମୁସ୍କିଲ। ତେଣୁ ଚୌଦ୍ବାର ଜେଲର ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଅପରାଧୀଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ। ପୂର୍ବରୁ ଚୌଦ୍ବାର ଜେଲରେ ଅପରାଧୀ ଗୋଷ୍ଠୀ ହାତାହାତି ହେଉଥିବାବେଳେ ଏହି ବଡ ଅପରାଧୀଙ୍କ ପାଇଁ ଛୋଟ ଅପରାଧରେ ଜେଲ ଯାଇଥିବା କିଛି ଅଭିଯୁକ୍ତ ବହୁ ସମସ୍ୟା ଭୋଗୁଥିବା କହିଛନ୍ତି ଆଇନଜୀବି।

ସେପେଟେ ଚୌଦ୍ବାର ଜେଲରେ ଗ୍ୟାଙ୍ଗଷ୍ଟାର ଓ ବହୁ ବଡ ଅପରାଧୀ ରହୁଥିବାରୁ ଚୌଦ୍ବାର ଜେଲ ଉପରେ କଡା ନଜର ରହିଥିବା କହିଛନ୍ତି ଡିସିପି। ଚୌଦ୍ବାର ଜେଲରେ ସର୍ପ୍ରାଇଜ ଭିଜିଟ ସହ ପୋଲିସର ଗୁଇନ୍ଦା କୁ ଅଧିକ ସକ୍ରିୟ କରାଯାଇଛି।  ଏହା ସହ ଅପରାଧୀ ମାନେ ଜେଲ ଭିତରେ ଯେଉଁଭଳି ମୋବାଇଲ ବ୍ୟବହାର ନକରିବେ ସେଥିପାଇଁ ମଧ୍ୟ ସତର୍କ ଦୃଷ୍ଟି ରହିଥିବା କହିଛନ୍ତି ଡିସିପି…

ନିକଟରେ ଜେଲ ଭିତରେ ଅଭିଯୁକ୍ତ ଟୋନୀକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବା ବେଳେ କିଛିଦିନ ତଳେ ଧଳ ସହଯୋଗୀମାନେ ଅଏସ କରୁଥିବା ବେଳେ ସେଲଫି ନେଇ ସୋସିଆଲ ମିଡିଆରେ ଛାଡିଥିଲେ ଯାହା ଚୌଦ୍ବାର ଜେଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.