ଅପରାଧୀଙ୍କ ସୁରକ୍ଷିତ ଆଡ୍ଡା ଚୌଦ୍ବାର ଜେଲ୍ ! ଭିତରୁ ନିର୍ଭୟରେ ଚାଲିଛି ଅପରାଧୀଙ୍କ ସିଣ୍ଡିକେଟ୍

Published By : Prameya-News7 Bureau | January 05, 2020 IST

କଟକ ୫।୧: ସକିଲ୍‌ର ଅପରାଧ ସାମ୍ରାଜ୍ୟକୁ ସଙ୍କୁଚିତ କରିବାକୁ ପୋଲିସ ଅଣ୍ଟା ଭିଡିଛି । ସକିଲ୍‌ର ନୂଆ ପୁରୁଣା ସବୁ ସହଯୋଗୀ ଏବେ ପୋଲିସ୍ ସ୍କାନରରେ । ତେବେ ଚୌଦ୍ବାର ଜେଲ୍ କର୍ତ୍ତୃପକ୍ଷ ପୋଲିସକୁ ସେତେଟା ସହଯୋଗ କରୁନଥିବାରୁ ଜେଲ୍‌କୁ ଅପରାଧିଙ୍କ ଅଭୟାରଣ୍ୟରେ ପରିଣତ କରିସାରିଲାଣି ସକିଲ୍ । ସେପଟେ ସକିଲ୍ ସହ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ସ୍କାନରରେ ଥିବା ଯୁବତୀ କହିଛନ୍ତି । ସକିଲ୍ ସହ ତାଙ୍କର କେବଳ ପରିଚୟ ଅଛି କିନ୍ତୁ ସକିଲର କୌଣସି ଅପରାଧିକ ଗତିବିଧିରେ ବା କାମରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ।

{"id":207256,"sizeSlug":"large"}

ଚୌଦ୍ବାର ଜେଲ୍ ଭିତରୁ ଅପରାଧିଙ୍କ ସେଲଫି । କଟକର ଅନ୍ୟତମ ଗ୍ୟାଙ୍ଗଷ୍ଟର ସକିଲ୍ ଜେଲରେ ଥାଇ ବି ସେଲଫି ଉଠାଇ ପଠାଇ ପାରୁଛି । ଜେଲ୍ ଭିତରୁ ବି ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ମହମ୍ମଦ୍ ସକିଲ୍ । ଚୌଦ୍ବାର ଜେଲ୍ ରେ ଲାଗିଥିବା ଜାମର୍ ଅଚଳ । ସୁରକ୍ଷାରେ ନିୟୋଜିତ ଜେଲ୍ କର୍ମଚାରୀ ଆଉ ଅଧିକାରୀ ଅପରାଧିଙ୍କ ହାତବାରିଶି ସାଜିଛନ୍ତି । ଫଳରେ ଜେଲ୍ ଭିତରକୁ ମୋବାଇଲ୍ ଓ ସିମ୍ କାର୍ଡ ଅନାୟସରେ ନେଉଛନ୍ତି ଅପରାଧି ଆଉ ଅଭିଯୁକ୍ତ ।

{"id":207257,"sizeSlug":"large"}

ଆଣ୍ଡ୍ରଏଡ୍ ମୋବାଇଲ୍ ନେଇ ଜେଲ୍ ରେ ଅଏସ କରୁଛନ୍ତି ଅପରାଧି । ମୋବାଇଲ୍ ଯୋଗେ ବାହାରେ ନିଜର ଅପରାଧ ଦୁନିଆକୁ ବି ନିୟନ୍ତ୍ରଣ କରୁଛନ୍ତି । ଜେଲ୍ କର୍ତ୍ତୃପକ୍ଷ କିନ୍ତୁ ଏ ବାବଦରେ ମୁହଁ ଖୋଲିବାକୁ ନାରାଜ । ଜେଲ୍ ରେ ରାତି ଅଧିଆ ଚଢାଉ କଲେ ବି ସଫଳତା ମିଳୁନି ପୋଲିସକୁ । କାରଣ ଜେଲ୍ କର୍ମଚାରୀଙ୍କ ଜରିଆରେ ଚଢାଉର ପୂର୍ବ ସୂଚନା ପାଇ ପାରୁଛନ୍ତି ଅପରାଧିମାନେ ।

{"id":207258,"sizeSlug":"large"}

ସେପଟେ ସକିଲ୍ ଗ୍ୟାଙ୍ଗକୁ ପୁରା ମୂଳପୋଛ କରିବା ପାଇଁ କମିଶନରେଟ୍ ପୋଲିସ ପ୍ରୟାସ ଆରମ୍ଭ କରିଛି । ସକିଲ୍ ପରିବାରର ଅଧିକାଂଶ ସଦସ୍ୟ ଏବେ ଜେଲ୍ ରେ । ନିକଟରେ ତାର ଦୁଇ ବାନ୍ଧବୀ ମଧ୍ୟ ବନ୍ଧାହୋଇ ଜେଲ୍ ଯାଇଛନ୍ତି । ସକିଲ୍ ର ଅନ୍ୟ ଜଣେ ମହିଳା ସହଯୋଗୀଙ୍କ ଉପରେ ପୋଲିସର ନଜର ରହିଛି ବୋଲି ଡିସିପି ସୂଚନା ଦେଇଥିଲେ ।

{"id":207259,"sizeSlug":"large"}

ମାତ୍ର ସମ୍ପୃକ୍ତ ବାନ୍ଧବୀ ଜଣକ ନ୍ୟୁଜ୍ ସେଭେନକୁ କହିଛନ୍ତି ଯେ, ସକିଲଙ୍କ ସହ ତାଙ୍କର କେବଳ ପରିଚୟ ରହିଛି । ମାତ୍ର ନାଁ ତାଙ୍କର ସେ ବାନ୍ଧବୀ, ନାଁ ସକିଲର ଅପରାଧିକ କାର୍ଯ୍ୟକଳାପରେ ତାଙ୍କର କୌଣସି  ସମ୍ପୃକ୍ତି ରହିଛି । ପୂର୍ବରୁ ସକିଲ ତାଙ୍କୁ ବିଭିନ୍ନ ଘଟଣାରେ ସାହାଯ୍ୟ କରିଥିବାରୁ ତାଙ୍କ ସହ ପରିବାରର ସମ୍ପର୍କ ରହିଛି ବୋଲି ଯୁବତୀ ଜଣଙ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.