କବର ଦେବାକୁ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ

Published By : Prameya-News7 Bureau | May 13, 2021 IST

ଚୌଦ୍ୱାର,୧୩/୦୫: କରୋନା ଆକ୍ରାନ୍ତ ହୋଇ ଜୀବନ ଚାଲିଗଲା । ଘରେ କେହି ନଥିଲେ ପୁରୁଷ ଲୋକ । ଖବର ପାଇ ପିପିଇ କିଟ୍ ପିନ୍ଧି ବୃଦ୍ଧଙ୍କର ଶେଷକୃତ୍ୟ ସମ୍ପନ୍ନ କଲେ ଚୌଦ୍ୱାର ବିଡିଓ। ଏପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲାର ହରିଅନ୍ତା ପଂଚାୟତର ବିଲତେରୁଆଁ ଗାଁରେ ।

ସୂଚନା ଅନୁସାରେ, ଗାଁର ଅବଦୁଲ ଆଜାଦ ଖାଁଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ମୁସଲିମ ସମ୍ପ୍ରଦାୟର ହୋଇଥିବାରୁ କବର ଦେବାର ନିୟମ ରହିଛି l କବର ଦେବା ପାଇଁ ଅବଦୁଲଙ୍କ ପରିବାରରେ କୌଣସି ପୁରୁଷ ନଥିଲେ । ଖବର ପାଇ ଟାଙ୍ଗୀ-ଚୌଦ୍ୱାର ବିଡିଓ ବିନୋଦ କୁମାର ସେନାପତି ଓ ବ୍ଲକ ନିର୍ବାହୀ ଯନ୍ତ୍ରୀ ଶୈଳେନ୍ଦ୍ର ସାମଲ ୪ ଜଣ ଗ୍ରାମବାସୀଙ୍କୁ ସାଙ୍ଗରେ ନେଇ ପହଁଞ୍ଚିଥିଲେ ।

କୋଭିଡ ନିୟମ ମୁତାବକ ପିପିଇ କିଟ୍ ପିନ୍ଧି ବୃଦ୍ଧଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ l ଏଭଳି ମାନବିକତା ପାଇଁ ଅଞ୍ଚଳ ବାସୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ବିଡିଓ ବିନୋଦ ସେନାପତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.