ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ କରୋନା: ଦିଲ୍ଲୀ ଏମ୍‌ସ ଚିକିତ୍ସା ପାଇଁ ଭର୍ତ୍ତି କଲେ ତିହାର କର୍ତ୍ତୃପକ୍ଷ

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭/୪: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ । ଛୋଟା ରାଜନ ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତିହାର ଜେଲର ଅଧିକାରୀମାନେ କୋର୍ଟକୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଛୋଟା ରାଜନ୍ ର ଅବସ୍ଥା ସ୍ଥିର ଥିବା ନେଇ ଜେଲ୍ କର୍ତ୍ତୁପକ୍ଷ କହିଛନ୍ତି ।

ଛୋଟା ରାଜନ୍ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ୨୦୧୫ ରେ ଇଣ୍ଡୋନେସିଆରୁ ବାଲିରୁ ଭାରତ ଫେରୁଥିବା ସମୟରେ ଗିରଫ ହୋଇଥିଲା । ଗିରଫ ହେବା ପରଠାରୁ ରାଜନକୁ ଦିଲ୍ଲୀ ତିହାର ଜେଲରେ ରଖାଯାଇଛି । ମୁମ୍ବାଇରେ ଡନ୍ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଏହି ମାମଲାର ଶୁଣାଣୀ ପାଇଁ ଏକ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯାଇଛି । ସୂଚନା ଥାଉକି ଛୋଟା ରାଜନ ନାଁରେ ୭୦ରୁ ଅଧିକ ଅପରାଧିକ ମାମଲା ଚାଲୁରହିଛି । ପତ୍ରକାର ଜ୍ୟୋତିର୍ମୟ ଡି କେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ୧୯୯୩ ମୁମ୍ୱାଇ ବ୍ଲାଷ୍ଟର ମୁଖ୍ୟ କାର୍ପଟଦାର ଥିଲା ଛୋଟା ରାଜନ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.