Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଗ୍ରିଲ୍ ତାଡି ଘରେ ପଶିଲେ ଚୋର, ନେଇଗଲେ ୩୦ ତୋଳା ସୁନା ଓ ରୁପା

28/06/2021 at 1:37 PM

ଖଲ୍ଲିକୋଟ, ୨୮/୦୬:  ଗଞ୍ଜାମ ଥାନା ଅଧିନ କରପଡା ଗ୍ରାମରୁ ଲୁଟ୍ । ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ରବିବାର ବିଳମ୍ବିତ ରାତିରେ କଳକନା ବୁଲାଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁସାରେ, ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ସୁନିତା ଘର ଭିତରେ ଶୋଇଥିବା ବେଳେ ଦୃର୍ବୃତ୍ତମାନେ ଘର ପଛପଟେ ଆସି ଗୋଟିଏ ଗ୍ରିଲ ଓ ଦୁଇଟି କବାଟ ତାଡି ଦେଇଥିଲେ । ଏହାପରେ ସେମାନେ ଆଲମିରା ଭିତରେ ଥିବା ୨୦ ତୋଳା ସୁନା, ୧୦ ତୋଳା ରୁପା ଏବଂ ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ଏପରିକି ଚୋରମାନେ ଫ୍ରିଜରେ ଥିବା ପାଣି ବୋତଲ ଆଣି ପିଇବା ସହ ବିଭିନ୍ନ କାଗଜ ପତ୍ର ଓ ଦୁଇଟି ବ୍ୟାଗ ଘରର ପଛପଟେ ଫିଙ୍ଗି ଦେଇ ଚାଲିଯାଇଛନ୍ତି । 

ସକାଳୁ ଉଠି ପରିବାର ଲୋକେ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୈାତମ କିଷାନ, ଗଞ୍ଜାମ ଓ ଛତ୍ରପୁର ଥାନା ଅଧିକାରୀ ଓ ସନ୍ଧାନୀ କୁକୁର ପହଁଚି ଖୋଲତାଡ ଆରମ୍ଭ କରିଛନ୍ତି । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ୍ କରୁଛି । ଏଯାବତ ଚୋର ବାବଦରେ କୌଣସି ଟେର୍ ମିଳିପାରି ନାହିଁ ।

   Related Posts