ଫେଲ୍ ମାରିଲା ମୋବାଇଲ ଦୋକାନରୁ ଲୁଟ୍ ଉଦ୍ୟମ, ଚୋରଙ୍କୁ ଧରିଦେଲେ ଲୋକେ

Published By : Prameya-News7 Bureau | June 08, 2021 IST

ଭଞ୍ଜନଗର,୦୮/୦୬: ମୋବାଇଲ୍ ଦୋକାନରୁ ଚୋରି ଫେଲ୍ ମାରିଲା । ଚୋରି କରୁଥିବା ବେଳେ ଧରା ପଡିଲେ ଦୁଇ ଚୋର ।  କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଏପରି ଏକ ଘଟଣା ଘଟିଛି କେନ୍ଦୁରଝର ଜିଲ୍ଲା ଆନନ୍ଦପୁର ଦୁର୍ଗା ମାର୍କେଟରେ ।

ସୂଚନା ଅନୁସାରେ, ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଛି । ଏହାର ସୁଯୋଗ ନେଇ ସୋମବାର ରାତିରେ ଆନନ୍ଦପୁର ଉପଖଣ୍ଡ ସାଇଁକୂଳ ଦୁର୍ଗା ମାର୍କେଟ୍ ଠାରେ ଚୋରି ଉଦ୍ୟମ କରିଥିଲେ କିଛି ଚୋର  । ଯାହା ଫେଲ୍ ମାରିଥିଲା । ଦୁଇଜଣ ଯୁବକ ମାର୍କେଟରେ ଥିବା ଏକ ମୋବାଇଲ୍ ଦୋକାନର ସ୍କାଇଲାଇଟ୍ ଭାଙ୍ଗି ଚୋରି ଉଦ୍ୟମ କରୁଥିବା  ବେଳେ ସ୍ଥାନୀୟ ଲୋକେ ଏହା ଦେଖିଥିଲେ ।

ସେମାନେ ଚୋରଙ୍କୁ କାବୁକରି ପୋଲିସର ଜିମା ଦେଇଥିଲେ । ସଂପୃକ୍ତ ଯୁବକଙ୍କୁ ଅଟକ ରଖି ରାମଚନ୍ଦ୍ରପୁର ପୋଲି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.