ଚୋରି କରିବାକୁ ଆସି ଧରାପଡିଲେ ୨ ଚୋର, ପୋଲିସରେ ଜିମା ଦେଲେ ଲୋକେ

Published By : Prameya-News7 Bureau | July 09, 2021 IST

ପାରାଦୀପ, ୦୯/୦୭: ଚୋରି କରିବା ବେଳେ ଧରା ପଡିଲେ ୨ ଚୋର । ପାରାଦୀପ ସ୍ଥିତ ଷଣ୍ଢକୁଦ ବସ୍ତିରେ ଗୁରୁବାର ବିଳମ୍ବିତ ରାତିରେ ଚୋରି କରିବାକୁ ଯାଇଥିବା ବେଳେ ୨ ଚୋର ଧରା ପଡିଛନ୍ତି ।

ସୂଚନା ଅନୁସାରେ ସନ୍ଦୀପ ମହାନ୍ତି ଓ ରାଜେସ ଦାସ ନାମକ ଦୁଇ ଜଣ ବସ୍ତିରେ ଜଣଙ୍କ ଘରେ କବାଟ ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ ।  ବସ୍ତିରେ ରହୁଥିବା ଦୀପକ ଦାସ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ଏହି ଦୁଇ ଜଣ  ଚୋରି କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ବସ୍ତିବାସିନ୍ଦା ସେମାନଙ୍କୁ କାବୁ କରିଥିଲେ ।  ଏହି ସମୟରେ ଦୀପକ ଓ ଏହି ଦୁଇ ଜଣଙ୍କ ଭିତରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

ପାଟି ଶୁଣି ବସ୍ତିର ଲୋକମାନେ ଦୁଇ ଚୋରକୁ କାବୁ କରିବା ସହ ପାରାଦୀପ ଜଟାଧାର ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଗୋଟିଏ ସ୍କୁଟି ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.