Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଭୈରବ ମନ୍ଦିରରେ ବୁଲିଲା କଳାକନା, ଠାକୁରଙ୍କ ଅସ୍ତ୍ର ଓ ଅଳଙ୍କାର ଚୋରି

2/08/2021 at 2:29 PM

ରାୟଗଡ଼ା ୦୨।୦୮: ଭୈରବ ମନ୍ଦିରରୁ ଅସ୍ତ୍ର ଓ ଅଳଙ୍କାର ଚୋରି । ରାୟଗଡ଼ା ଜିଲ୍ଲାରୁ ମୁନିଗୁଡ଼ା ଥାନା ଭୈରବଗଡ଼ ଗାଁରେ ଥିବା ପ୍ରସିଦ୍ଧ ଭୈରବ ମନ୍ଦିରୁ ଚୋରି ହୋଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ । କିନ୍ତୁ ମନ୍ଦିରର ମୁଖ୍ୟ ଦୂଆରର ତାଲା ଭାଙ୍ଗି ପଡିଥିବା ଦେଖିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ଦେଖନ୍ତି ତ ପୂଜା ପାଉଥିବା ଦେବତାଙ୍କ ଅସ୍ତ୍ର, ମୁକୁଟ ଓ ଅଳଙ୍କାର ନାହିଁ । ତୁରନ୍ତ ପୂଜକ ଗ୍ରାମବାସୀମାନଙ୍କୁ ଜଣାଇଥିଲେ । ଗ୍ରାମବାସୀମାନେ ସରପଞ୍ଚଙ୍କୁ ଜଣାଇବା ପରେ ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  

ତେବେ ଲିଖିତ ଅଭିଯୋଗ ପରେ ମୁନିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାସହ ରାୟଗଡାରୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ପରେ ଚୋରି ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ଏସଡ଼ିପିଓ ପ୍ରକାଶ କରିଛନ୍ତି l ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରେ, ଦୁଇଟି ଅସ୍ତ୍ର ସହ ରୁପା ମୁକୁଟ,ଆଖି,ନାକ ଜିଭ, ଚିତା ଆଦି ଥିବା ବେଳେ ମନ୍ଦିରର ହୁଣ୍ଡି କିମ୍ଭା ଅନ୍ୟାନ୍ୟ ଜିନିଷ ଚୋରି ହୋଇନଥିବା ଜଣାପିଡ଼ିଛି l

   Related Posts