Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||

ଗାଡି ଚୋରି ତା ଉପରେ ଦାଦାଗିରି ! ଚୋରି ଗାଡିକୁ ଫେରାଇବାକୁ ଡିଲ୍, ଉଦ୍ଧାର ପରେ ଥାନାର ଦ୍ୱାରସ୍ଥ ହେଲେ ମାଲିକ

12/09/2020 at 8:59 AM

ବରଗଡ଼ ୧୨।୦୯: ଚୋରି ଗାଡି ଉଦ୍ଧାର । ଗାଡି ଚୋରିରେ ଜଣେ ସୋସିଆଲ ମିଡିଆ ଓ ଜଣେ ଖବର କାଗଜର ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହି ଘଟଣା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ବରଗଡ଼ ପୌରାଞ୍ଚଳର ଶିବାନନ୍ଦ ନଗର ସ୍ଥିତ ମହାରାଜା କଲୋନୀରେ ରହୁଥିବା ପ୍ରମୋଦ ମହାନ୍ତି ସବୁଦିନ ପରି ଗତ ୯ ତାରିଖ ରାତିରେ ତାଙ୍କ ଚାରି ଚକିଆ ଯାନକୁ ଘର ନିକଟରେ ରଖିଥିଲେ । ମାତ୍ର ୧୦ ତାରିଖ ସକାଳୁ ଗାଡିଟି ସେଠାରେ ନଥିବାରୁ ବରଗଡ଼ ଟାଉନ ଥାନାରେ ଗାଡି ଚୋରି ନେଇ ଲିଖିତ ଅଭିଯୋଗ କରିଥିଲେ । ତେବେ ଅପରାହ୍ନରେ ତାଙ୍କ ଡ୍ରାଇଭରଙ୍କ ପାଖକୁ ସମୀର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଫୋନକରି ଗାଡିଟିର ଠିକଣା ସମ୍ପର୍କରେ ଜାଣିବାକୁ ରାଜ୍ ଶର୍ମା ସହ କଥା ହେବାକୁ କହିଥିଲେ । ପରେ ଲିଟୁ ରାଜ୍ ଶର୍ମା ସହ ଫୋନରେ କଥା ହେବାରୁ ସେ ୪୦ ହଜାର ଟଙ୍କା ଦେଲେ ଗାଡିର ଅବସ୍ଥିତି ଜଣେଇବେ ବୋଲି କହିଥିଲେ । ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡିଟି ବ୍ରହ୍ମଚାରୀରେ ଥିବା ରାଜ୍ ଶର୍ମା କହିଥିଲେ ।

ସନ୍ଧ୍ୟାରେ କାଦୁଅରେ ଫସି ରହିଥିବା ଗାଡିକୁ ବ୍ରହ୍ମଚାରୀରୁ ଉଦ୍ଧାର କରାଯାଇଥିଲା । ତେବେ ଗାଡି ଉଦ୍ଧାର ହେବା  ପରେ ଫୋନରେ ଗାଡିର ଠିକଣା କହିବା ଲାଗି ଅର୍ଥ ଦାବି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି । ତେବେ ଫୋନ କଲ ଓ ଅଡିଓ ରେକର୍ଡକୁ ଭିତ୍ତି କରି ଗାଡି ଚୋରିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ବରଗଡ଼ ଟାଉନ ପୋଲିସ  ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାଜ ଶର୍ମାକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବରଗଡ଼ ଟାଉନ ପୋଲିସ ।

   Related Posts