କରୋନା କବଳରେ କୋରିଓଗ୍ରାଫର୍ ସନ୍ଦୀପ ସୋପାରକର, କହିଲେ ଲକ୍ଷଣ ଦେଖି ନିଜକୁ କ୍ୱାରେଣ୍ଟାଇନ୍ କରିନେଇଥିଲି

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୋଟିଏ ପଟେ ଜୋରଦାର ସହିତ ଟିକା ଅଭିଯାନ ଚାଲିଥିବାବେଳେ ସଂକ୍ରମିତ ହେବାର ମାମଲା ବଢି ଚାଲିଛି । ସାଧାରଣ ଲୋକଙ୍କ ସହିତ ବଲିଉଡର ସେଲିବ୍ରେଟମାନେ ମଧ୍ୟ ଏହି ଭାଇରସ୍ କବଳରୁ ରକ୍ଷା ପାଇପାରି ନାହାଁନ୍ତି । ଏହି ସମୟରେ ବି-ଟାଉନରୁ ଆଉ ଏକ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଇଣ୍ଡଷ୍ଟ୍ରିର ଜଣାଶୁଣା କୋରିଓଗ୍ରାଫର ସନ୍ଦୀପ ସୋପାରକର କରୋନା ସଂକ୍ରମିତ ହୋଇଛନ୍ତି ।

PunjabKesari

କରୋନା ଲକ୍ଷଣ ଦେଖିବା ମାତ୍ରେ ସେ ନିଜକୁ କ୍ୱାରେଣ୍ଟାଇନ୍ କରିନେଇଥିଲେ । ସନ୍ଦୀପ କହିଛନ୍ତି, ‘ମୋତେ ଟେଷ୍ଟ କରିବାକୁ କିଛି ଦିନ ଲାଗିଯାଇଥିଲା । ତା’ପରେ ମୋର ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା ।  ଗତ ଏକ ସପ୍ତାହ ଧରି ମୋତେ କ୍ରମାଗତ ଜ୍ୱର ହେଉଥିଲା । ସେଥିରେ ଥଣ୍ଡା ଏବଂ କାଶ ମଧ୍ୟ ହେଉଥିଲା । ମୋତେ ଦୁର୍ବଳ ଲାଗୁଥିଲା ଏବଂ ଶରୀରର ଯନ୍ତ୍ରଣା ହେଉଥିଲା । କିନ୍ତୁ ବର୍ତ୍ତମାନ ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବେ କ୍ୱାରେଣ୍ଟାଇନ୍ କରିଛି ଏବଂ ଡାକ୍ତରଙ୍କ ଦ୍ୱାରା କୁହାଯାଇଥିବା ଔଷଧ ଖାଉଛି ।’

PunjabKesari

ସନ୍ଦୀପ ସୋପାରକର ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମର କୋରିଓଗ୍ରାଫ୍ କରିଛନ୍ତି । ଏହା ସହିତ ସେ ଅନେକ ଟିଭି ସେ’ର ମଧ୍ୟ ଜଜ୍ ହୋଇଛନ୍ତି । ଯେଉଁଥିରେ ଝଲକ ଦିଖଲା ଜା, ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଭଳି ରିଆଲିଟି ସୋ ଅନ୍ତର୍ଭୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.