କୋରିଓଗ୍ରାଫର ରେମୋ ଡିସୋଜାଙ୍କୁ ହୋଇପାରେ ଜେଲ୍‌, ୫ କୋଟି ବଦଳରେ ୧୦ କୋଟି ଦେବା ପାଇଁ କହିଥିଲେ

Published By : Prameya-News7 Bureau | November 07, 2019 IST

ଗାଜିୟାବାଦରେ ୫ କୋଟି ଠକେଇ ମାମଲାରେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ତଥା ଫିଲ୍ମ ପ୍ରଯୋଜକ ରେମୋ ଡିସୁଜାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ଗରଫଦାରୀରୁ ବର୍ତ୍ତିବା ପାଇଁ ରେମୋ ଡିସୁଜା ଆଇନଗତ ପଦକ୍ଷେପ ନେଉଥିବା ଜଣାପଡିଛି । ସେ ଆହ୍ଲାବାଦ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏପଟେ ମୁମ୍ବାଇ ଯାଇ ରେମୋଙ୍କୁ ଗିରଫ କରିବାଲାଗି ପୁଲିସ ଆଇଜିଙ୍କ ଅନୁମତି ଅପେକ୍ଷାରେ ରହିଛି । ତେଣୁ ଯେ କୌଣସି ମୁହୂର୍ତ୍ତରେ ସେ ଗିରଫ ହେବା ଆଶଂକା ଉପୁଜିଛି ।  

{"id":180550,"width":592,"height":444}

୨୦୧୬ ମସିହାରେ ସତେନ୍ଦ୍ର ତ୍ୟାଗି ନାମକ ଜଣେ ଯୁବକ ରେମୋ ଡିସୁଜାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସତେନ୍ଦ୍ରଙ୍କ କହିବା ଅନୁସାରେ ରେମୋଙ୍କ ସହ ତାଙ୍କର ପାରିବାରିକ ସମ୍ବନ୍ଧ ଥିଲା। ବଡ ଫିଲ୍ମ କରିବା ପାଇଁ ସତେନ୍ଦ୍ରଙ୍କଠୁ ଟଙ୍କା ନେଇଥିଲେ। ୨୦୧୩ ମସିହାରେ ରେମୋଙ୍କ ଫିଲ୍ମ ଅମର ମଷ୍ଟ ଡାଇରେ ୫ କୋଟି ଟଙ୍କା ଲଗାଇଥିଲେ। ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜରୀନ ଖାନ ଓ ଅଭିନେତା ରାଜୀବ ଖଣ୍ଡେଲୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

{"id":180551,"width":591,"height":356}

ଗୋଟେ ବର୍ଷ ମଧ୍ୟରେ ରେମୋ ୫ କୋଟି ବଦଳରେ ଟଙ୍କାର ୧୦ କୋଟି ଫେରାଇବେ ବୋଲି କହିଥିଲେ। ହେଲେ ଏତେ ମୋଟା ରକମ ନେବା ପରେ ମଧ୍ୟ ସେ ଟଙ୍କା ଫେରସ୍ତ କରିନଥିଲେ। ସତେନ୍ଦ୍ରଙ୍କ ଅନୁସାରେ ୨୦୧୬ ମସିହା ଡିସେମ୍ବର ମାସ ୧୩ ତାରିଖରେ ତାଙ୍କୁ ଅଣ୍ଡରୱାର୍ଡ ଡନ୍‌ଙ୍କ ଧମକ ମଧ୍ୟ ମିଳିଥିଲା ଓ ଏଥିରେ ରେମୋଙ୍କ ହାତ ଥିଲା।  

{"id":180555}

ମାମଲାର ଶୁଣାଣି ଗାଜିୟାବାଦ ଅଦାଲତରେ ହୋଇଛି। ସେପଟେମ୍ବର ମାସ ୨୩ ତାରିଖରେ ରେମୋଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ରେମୋ ମୁମ୍ବାଇରେ ରୁହନ୍ତି। ଏଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ଯିବାର ଅନୁମତି ଆଇଜିଙ୍କୁ ମଗାଯାଇଥିଲା। ହେଲେ ଅନୁମତି ମିଳିନାହିଁ। ମାମଲାର ଜାଞ୍ଚ କରୁଥିବା ଏସଏସଆଇ କହିଛନ୍ତି ଯେ, ଚଳିତ ମାସ ୪ ତାରିଖରେ ରେମୋ ଆହ୍ଲାବାଦ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.