Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଚୋରି କରିବାକୁ ଆସି ଧରା ପଡିଗଲା, ସାର୍ଟ-ପ୍ୟାଣ୍ଟ୍ ଖୋଲି ରାସ୍ତାରେ ହେଲା ଉଠବସ୍

6/05/2021 at 9:22 AM

ଅନୁଗୁଳ,୦୬/୦୫: ଚୋରି କରିଲା । ଧରା ପଡି ଉଠବସ୍ ବି ହେଲା । ଦୋକାନ ଗୋଦାମରୁ ଖଲି, ଚଉପତି ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଦୋକାନ ମାଲିକଙ୍କ ହାବୁଡରେ ପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ଉଠ୍‌ବସ୍‌ କରାଇବା ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ, ଅନୁଗୁଳ ସହରର ଲକ୍ଷ୍ମୀବଜାରରେ ଏକ ଖଲି, ଚଉପତି ଦୋକାନ ରହିଛି । ସମ୍ପୃକ୍ତ ଦୋକାନୀ ତାଙ୍କ ଦୋକାନ ସମ୍ମୁଖ ଗଳିରେ ତାଙ୍କ ଜିନିଷପତ୍ର ରଖିଥାନ୍ତି । ବୁଧବାର ଅନୁଗୁଳ ସହର ଲକଡାଉନ୍‌ ଥିଲା । ସହର ଶୂନ୍‌ଶାନ୍‌ ଥିବା ବେଳେ ଜଣେ ଯୁବକ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋଦାମରୁ କିଛି ଜିନିଷପତ୍ର ଚୋରି କରିଥିଲେ ।

ଏହି ସମୟରେ ଦୋକାନ ମାଲିକ ପଳାଇ ଆସିବାରୁ ଖସି ପାରିନଥିଲେ ସମ୍ପୃକ୍ତ ବ୍ୟକ୍ତି । ରଙ୍ଗେହାତ୍‌ ଧରିବା ପରେ ଦୋକାନ ମାଲିକ ସମ୍ପୃକ୍ତ ଯୁବକର ସାର୍ଟ୍‌, ପ୍ୟାଣ୍ଟ ଖୋଲାଇଥିଲେ । ରାଜରାସ୍ତାରେ ତାଙ୍କୁ ଉଠବସ୍‌ କରିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଏକାଧିକ ଲୋକ ପହଞ୍ଚିବା ପରେ ଦୋକାନ ମାଲିକ ସମ୍ପୃକ୍ତ ଯୁବକଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।

   Related Posts