ଲକଡାଉନ୍ ବେଳେ ଚୋର ସକ୍ରିୟ, କିନ୍ତୁ ଟେର୍ ପାଉନି ପୋଲିସ : ଅଭିଯୋଗ ପାଇ ବି କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | May 08, 2021 IST

ରାଇରଙ୍ଗପୁର,୦୮/୦୫: କରୋନା ଭାଇରସର ପ୍ରକୋପ ରୋକିବାକୁ ଚାଲିଛି ସଟଡାଉନ ଓ ଲକ୍ ଡାଉନ । ସବୁ ଆଡେ ଜନଶୁନ୍ୟ ଥିବା ବେଳେ କେବଳ ପୋଲିସ ଗାଡିର ସାଇରନ ଶୁଣିବାକୁ ମିଳୁଛି।ମୁଖ୍ୟରାସ୍ତାରେ ପୋଲିସ ଗାଡି ବୁଲୁଛି କିନ୍ତୁ ଭିତରେ ଥିବା ଦୋକାନ,ଘର ଆଦିରେ କଳା କନା ବୁଲାଉଛନ୍ତି ଚୋର। ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ।

ରାଇରଙ୍ଗପୁରରେ ଗୋଟିଏ ରାତିରେ ତିନୋଟି ଦୋକାନର ତାଲା ତାଡିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଚୋର । ଏହାପରେ ତାଲା ତାଡିବାକୁ ବ୍ୟବହାର କରିଥିବା ଲୁହା ରଡ଼କୁ ଘଟଣାସ୍ଥଳରେ ପକେଇ ପଳାଇଛନ୍ତି । ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଛି। ତେବେ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ସିସିଟିଭି ଫୁଟେଜ ପ୍ରଦାନର ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଘଟଣାସ୍ଥଳକୁ ତଦନ୍ତ ପାଇଁ ନ ଆସିବା ପରି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଦୋକାନୀ।

ଆଜି ଯାଏଁ ବ୍ୟବହୃତ ଲୁହାରୋଡ଼ ଟି ଘଟଣା ସ୍ଥଳରେ ପଡି ରହିଥିବା ଦେଖିବାକୁ ମିଳିଛି। ଗୋଟେ ପରେ ଗୋଟେ ଚୋରି ଘଟଣା ଘଟି ଚାଲିଥିଲା ବେଳେ ପୋଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ କେବଳ ହେଲମେଟ ଚେକିଂ ନାଁରେ ଫାଇନ ଆଦାୟ କରି ନିଜର କର୍ତ୍ତବ୍ୟ ସାରିଦେଉଥିବା ଅଭିଯୋଗ ମଧ୍ୟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.