Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଲକଡାଉନରେ ଚାଲିଥିଲା ଚୋରା କାରବାର : ୯୩ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

16/06/2021 at 9:48 AM

ସାନଖେମୁଣ୍ଡି, ୧୬/୦୬:  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ଲକଡାଉନର ଫାଇଦା ଉଠାଇ ଚୋରା କାରବାର ବୃଦ୍ଧି ପାଇଚି । ବିଭିନ୍ନ କାରବାରର ଚୋରା କାରବାର ଚଳାଇ ଆସୁଥିବା ବେପାରୀକୁ ସାବାଡ କରିବା ପାଇଁ ପାଟପୁର ପୋଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ଅପରାହ୍ନରେ ପାଟପୁର ଥାନା ଏରେଣ୍ଡ୍ରା ଗ୍ରାମରେ ଏକ ଘର ଭିତରେ ବେଆଇନ ଭାବେ ଲୁଚାଛପା ଭାବେ ବିଦେଶୀ ମଦ ବିକ୍ରି ଅଭିଯୋଗରେ ପାଟପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୯୩ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହା ସହ ଗ୍ରାମର ଜିତୁନ ବିଷୋୟୀ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଖବରନୁଯାୟୀ , ବର୍ତ୍ତମାନ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ କିଛି ଅସାମାଜିକ ବର୍ଗର ଲୋକେ ପ୍ରଚୁର ଅର୍ଥ ପାଇବା ଉଦ୍ଦେଶ୍ୟରେ ବେଆଇନ ଭାବେ ମଦ ଚୋରାଚାଲାଣ କରି ଲୋକଙ୍କୁ ଶୋଷଣ କରୁଥିବା ଜଣାପଡିଛି । ଏପରିକି ସାନଖେମୁଣ୍ଡି ଅଞ୍ଚଳରେ ଏବେ ଖାଲି ମଦ ନୁହେଁ ବରଂ ଲୋକଙ୍କ ଖାଦ୍ୟ ଓ ପାନୀୟ ଜଳ ଓ ଗୁଟଖାରେ ଅପମିଶ୍ରିତ କେମିକାଲ ମିଶାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି କିଛି ଅସାଧୁ । ତେବେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଦାୟିତ୍ଵ ଗ୍ରହଣ ପରେ ଅଞ୍ଚଳରେ ବିଭିନ୍ନ ସମୟରେ ଜୁଆଖେଳ ଠାରୁ ଆରମ୍ଭ କରି ନକଲି ଗୁଟଖା , ପାନୀୟଜଳ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିବା ସହ କିଛି ଯୁବକଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟଚାଲାଣ କରାଯାଉଥିବା ଜଣାପଡିଛି ।

ଏହି ଅବସରରେ ବୁଧବାର ପାଟପୁର ଥାନା ଅଧିକାରୀ ଶ୍ରୀ ମଲ୍ଲ ବିଶେଷ ସୁତ୍ରରୁ ଖବରପାଇ ଦୀର୍ଘଦିନ ଧରି ଲୁଚାଛପା ଭାବେ ଚୋରା ମଦ କାରବାର କରୁଥିବା ଜିତୁନକୁ ଗିରଫ କରବା ସହ ପ୍ରଚୁର ପରିମାଣର ବିଦେଶୀ ମଦ ଜବତ ମଧ୍ୟ କରିଥିବା ଜଣାପଡ଼ିଛି । ଏନେଇ ପାଟପୁର ପୋଲିସ ଅଭିଯୁକ୍ତ ଜିତୁନଙ୍କ ନାମରେ ଥାନା ମାମଲା ନଂ ୧୯୧/୨୧ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ବୁଧବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି ।

   Related Posts