ଚୋରର ଛୁରା ମାଡରେ ବଡ ଭାଇ ମୃତ, ସାନ ଗୁରୁତର

Published By : Prameya-News7 Bureau | June 16, 2021 IST

ନୟାଗଡ, ୧୬/୦୬:  ଚୋରର ଛୁରାମାଡରେ ବଡଭାଇ  ମୃତ , ସାନଭାଇ ଗୁରୁତର  । ଗୁରୁତର କଟକ ସ୍ଥାନାନ୍ତର। ଏପରି ଅଭାବନୀୟ  ଘଟଣା ଘଟିଛି ଖଣ୍ଡପଡା ଥାନା କାଦୁଆ ଗାଁରେ। ବାଡିରୁ କଦଳୀ ଚୋରୀ କରୁଥିବା ଚୋର ଏହି କାଣ୍ଡ ଘଟାଇଛି ।

ସୂଚନା ଅନୁସାରେ, ବୁଧବାର ସକାଳ ସମୟରେ ବେଣାଗାଡିଆ ଗାଁର କାଠିଆ ନାମକ ଜଣେ ଯୁବକ କାଦୁଆ ଗାଁର ରମେଶ ମଲ୍ଲିକଙ୍କ ବାଡିରୁ କଦଳୀ ଚୋରି କରୁଥିଲା । ଏହି  ସମୟରେ ରମେଶ ପାଟି କରିବାରୁ ସେ ଦୌଡି ପଳାଇଥିଲା । ରମେଶ ଏବଂ ତାଙ୍କ ସାନଭାଇ ବାବୁଲା ଏକ ବାଇକରେ ଯାଇ କାଠିଆକୁ କିଛି ଦୂରରେ ଧରିଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ କାଠିଆ ଧରିଥିବା ଛୁରିରେ ଦୁଇଭାଇଙ୍କୁ ଆକ୍ରମଣ କରି ବାଇକ୍ ନେଇ ପଳାଇଯାଇଥିଲା ।

ଦୁଇଭାଇଙ୍କୁ ଗୁରୁତର ଅବସ୍ଥାରେ ଖଣ୍ଡପଡା ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ମେଡିକାଲରେ ବଡଭାଇ ରମେଶକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ସାନଭାଇ ବାବୁଲାକୁ କଟକ ସ୍ଥାନାନ୍ତର କରିଛନ୍ତି । ସେପଟେ କାଠିଆ ଫତେଗଡ ଥାନା କରବର ଗଁରେ ସମ୍ପର୍କୀୟଙ୍କ ଘରେ ଲୁଚିଥିବାବେଳେ ଗ୍ରାମବାସୀ ତାକୁ ଧରି ପୋଲିସ ଜିମା ଦେଇଛନ୍ତି । ଖଣ୍ଡପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.