‘ବିବାହ ପାଇଁ ଧର୍ମ ପରିବର୍ତ୍ତନ ଏକ ଅଧିକାର’,- ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ପରେ ଲଭ୍ ଜିହାଦକୁ ଝଟ୍‌କା

Published By : Prameya-News7 Bureau | November 24, 2020 IST

ପ୍ରୟାଗରାଜ ୨୪।୧୧: ଉତ୍ତରପ୍ରଦେଶରେ ଲଭ୍ ଜିହାଦ ବିରୋଧରେ ଆଇନ ଆଣିବା ଯୋଜନାରେ ଥିବା  ଯୋଗୀ ସରକାରଙ୍କୁ ଏକ ପ୍ରକାର ଝଟକା ହୋଇଛି । ଧର୍ମ ପରିବର୍ତ୍ତନ କରି ବିବାହ କରିବା କୌଣସି ବ୍ୟକ୍ତିଙ୍କର ଅଧିକାର ପରିସରଭୁକ୍ତ । ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପସନ୍ଦର ଯେକୌଣସି ଧର୍ମକୁ ମାନୁଥିବା ବ୍ୟକ୍ତିଙ୍କ ସହ ରହିବାର ଅଧିକାର ଥିବା କୋର୍ଟ କହିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ବୋଲି କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ଆଇନ ସମଲିଙ୍ଗୀଙ୍କୁ ଏକାସହ ରହିବା ପାଇଁ ଅନୁମତି ଦେଇଛି ତେବେ କାହାରିକୁ କୌଣସି ବ୍ୟକ୍ତି, ପରିବାର ଅଥବା ରାଜ୍ୟରେ ରହିବା ପାଇଁ ଆପତ୍ତି କରିବାର ଅଧିକାର ନାହିଁ ।

ଦୁଇ ଜଣ ବ୍ୟକ୍ତି ନିଜ ଇଚ୍ଛାରେ ଏକାସହ ରହୁଥିଲେ ସେଥିରେ ଆପତ୍ତି କରିବାର କାହାର ଅଧିକାର ନାହିଁ । ନିକଟରେ ଆହ୍ଲାବାଦ ହାଇକୋର୍ଟର ଖଣ୍ଡପୀଠ ଦ୍ବାରା ପ୍ରିୟାଂଶୀ ଓରଫ ସମରୀନ ଏବଂ ନୁରଜାହାଂ ବେଗମ ଓରଫ ଅଞ୍ଜଳି ମିଶ୍ରାଙ୍କ ମାମଲାରେ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବା ସହ କହିଛନ୍ତି ଯେ, ଏହି ଦୁଇ ମାମଲାରେ ଦୁଇ ଜଣ ବୟସ୍କ ଲୋକଙ୍କ ଦ୍ବାରା ନିଜ ଇଚ୍ଛାରେ ନିଜ ଜୀବନସାଥୀ ଚୟନ କରିବା ଏବଂ ତାଙ୍କ ସହ ରହିବାର ସ୍ବାଧୀନତାର ଅଧିକାର ଉପରେ ବିଚାର କରାଯାଇନାହିଁ । କୋର୍ଟ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଠିକ୍ ନୁହେଁ ।

କୁଶୀନଗର ବିଷ୍ଣୁପୁରୀ ବାସିନ୍ଦା ସଲାମତ ଅଂସାରୀ ଏବଂ ପ୍ରିୟଙ୍କା ଖରଓ୍ବାରଙ୍କ ଆବେଦନ ଉପରେ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଆବେଦନକାରୀଙ୍କ ଅନୁସାରେ ସେମାନେ ଉଭୟ ସାବାଳିକ । ଅକ୍ଟୋବର ୧୯ ତାରିଖରେ ସେମାନେ ମୁସଲିମ୍ ରୀତିନୀତିରେ ନିକାହ କରିଛନ୍ତି । ଏହାପରେ ପ୍ରିୟଙ୍କା ଇସଲାମ ଧର୍ମ ସ୍ବୀକାର କରିଛନ୍ତି । ବର୍ଷେ ହେଲା ଉଭୟ ସ୍ବାମୀ-ସ୍ତ୍ରୀ ଭାବେ ରହୁଛନ୍ତି । ପ୍ରିୟଙ୍କାଙ୍କ ବାପା ଉଭୟଙ୍କ ସଂପର୍କକୁ ବିରୋଧ କରି ଏଫଆଇଆର ରୁଜୁ କରିଥିଲେ । ଯାହା ବିରୋଧରେ ସେମାନ ଆବେଦନ ଦାଖଲ କରିଥିଲେ ।

ଆବେଦନକୁ ବିରୋଧ ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଉପରେ ପ୍ରତିବନ୍ଧକ ରହିଛି । ଏଭଳି ବିବାହ ଆଇନ ସମ୍ମତ ନୁହେଁ । ମାତ୍ର କୋର୍ଟ ସେମାନଙ୍କୁ ହିନ୍ଦୁ-ମୁସଲିମ୍ ନଜରରେ ଦେଖୁନଥିଲେ । ଉଭୟ ସାବାଳିକ । ଯେଉଁମାନେ ନିଜ ଇଚ୍ଛାରେ ନିଜ ପସନ୍ଦରେ ବର୍ଷେ ହେବ ଏକାସଙ୍ଗେ ରହୁଛନ୍ତି । ତେବେ ବ୍ୟକ୍ତିଗତ ସଂପର୍କରେ ହସ୍ତକ୍ଷେପ କରିବା ବ୍ୟକ୍ତିର ବ୍ୟକ୍ତିଗତ ସ୍ବାଧୀନତା ଅଧିକାରକୁ କୁଠାରଘାତ କରିବା । ଏହାକୁ ସମ୍ବିଧାନର ଧାରା ୨୧  ଅନୁମତି ପ୍ରଦାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.