Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

‘ହିନ୍ଦୁମାନେ ମ୍ଳେଛ, ଇହୁଦିମାନେ ଇସ୍‌ଲାମ୍‌ର ଶତ୍ରୁ’- ପାକିସ୍ତାନରେ ଶିକ୍ଷା ଆରମ୍ଭରେ ପିଲାଙ୍କୁ ପଢ଼ାଯାଉଛି ଏହି ପାଠ

16/10/2020 at 11:17 PM

ନୂଆଦିଲ୍ଳୀ ୧୬/୧୦: ଭାରତ ପଡ଼ୋଶୀ ପାକିସ୍ତାନ। କିନ୍ତୁ ଭାରତର ଚିର ଶତ୍ରୁ ବି ପାକିସ୍ତାନ।  ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକ୍‌ ବିଶ୍ବରେ ଉପେକ୍ଷିତ ହେଉଛି। ସବୁଆଡ଼ୁ ନିରାଶ ହେଉଥିବା ପାକିସ୍ତାନ କିନ୍ତୁ ‘ମରିବୁ ପଛେ ଟାଣ ଛାଡ଼ିବୁନି’ ନୀତିରେ ଅଗ୍ରସର ହେଉଛି। ଭାରତ ପ୍ରତି ବିଦ୍ବେଶ ଭାବ ପ୍ରକାଶ କରିଆସିଥିବା ପାକିସ୍ତାନ ଏବେ ଘୃଣ୍ୟ ମାନସିକାତାର ଆଉ ଦୁଇ ପାଦ ଆଗକୁ ଯାଇ ନିଜ ଦେଶର ପିଲାଙ୍କୁ ଶିଖାଉଛି ହିନ୍ଦୁ, ଇହୁଦି ବିରୋଧୀ ହେବାର ପାଠ।

ହିନ୍ଦୁ, ଇହୁଦି ଓ ବାଲୁଚୀମାନଙ୍କ ପ୍ରତି ଘୃଣା ସୃଷ୍ଟି କଳା ଭଳି ନିଜ ପିଲାଙ୍କୁ ପଢ଼ାଉଛନ୍ତି ପାକ୍‌ ସରକାର। ତେବେ ଏନେଇ ବାଲୁଚୀମାନଙ୍କ ଅଧିକାର ପାଇଁ ଲଢ଼େଇ କରିଆସୁଥିବା ମୁନିର ମେଙ୍ଗଲ ଜେନିଭା ସ୍ଥିତ ସଂଯୁକ୍ତ ରାଷ୍ଟ୍ର କାର୍ଯ୍ୟଳୟରେ କହିଛନ୍ତି। ଆର୍ମି ଦ୍ବାରା ପରିଚାଳିତ ଉଚ୍ଚ ସ୍ତରୀୟ କେଡେଟ୍‌ କଲେଜ୍‌ରେ ପିଲାମାନଙ୍କୁ ପଢ଼ାଯାଉଥିବା ପ୍ରଥମ ବିଷୟରେ ‘ହିନ୍ଦୁ କାଫିର, ଇସ୍‌ଲାମ୍‌ର ଶତ୍ରୁ ଇହୁଦି’ ବୋଲି ପଢ଼ାଯାଉଛି ବୋଲି କହିଛନ୍ତି ମୁନିର ।

ତେବେ ପାକ୍‌ ସରକାରଙ୍କ ଏଭଳି ପଦକ୍ଷେପ ପିଲାମାନଙ୍କୁ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରର ବୟାନ କରୁଛି। ଏଭଳି ଶିକ୍ଷାରୁ ଜଣାପଡ଼ୁଛି ପାକିସ୍ତାନରେ ହିନ୍ଦୁ, ଇହୁଦି ଭଳି ଅଳ୍ପସଂଖ୍ୟକ ସଂପ୍ରଦାୟ ଉପରେ କେଉଁଭଳି ଭାବେ ଅତ୍ୟାଚାର ହେଉଛି। ତେବେ ଏହି ସବୁ ସ୍କୁଲ୍‌ରେ ସେନା ପୋଷାକଧାରୀ ଶିକ୍ଷକ ପିଲାମାନଙ୍କୁ ଶିଖାଉଛନ୍ତି, ‘ଆମକୁ ବନ୍ଧୁକ ଓ ବମ୍କୁ ଭଲ ପାଇବା ଦରକାର।’

ଏହାସହ ସେଗୁଡ଼ିକୁ ସମ୍ମାନ ଜଣାଇବା ଦରକାର କାରଣ ହିନ୍ଦୁ ମା’ମାନଙ୍କୁ ମାରିବାରେ କାମରେ ଆସୁଛି ବୋଲି ଶ୍ରେଣୀରେ କହୁଛନ୍ତି ଶିକ୍ଷକ। ମିଳିଥିବା ଏଭଳି ସଂଘାତିକ ତଥ୍ୟ ଭାରତ ସମେତ ସାରା ବିଶ୍ବକୁ ଚିନ୍ତାରେ ପକାଇଦେବ। ଏହି ସମୟରେ ଏହିଭଳି ଶିକ୍ଷା ପାକ୍‌ ସ୍କୁଲ୍‌ ଓ ମସଜିଦ୍‌ରେ ଦିଆଯାଉଥିବା ସୂଚନା ମିଳିଛି। ଏଭଳି ବହି ମଧ୍ୟ ପିଲାଙ୍କ ପାଠ୍ୟକ୍ରମରେ ସାମିଲ କରାଯାଇଛି।

   Related Posts