ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖେ ଏହି ୪ଟି ସୁପର ଡ୍ରିଙ୍କ୍ସ୍‌, ଡାଏଟ୍‌ରେ କରନ୍ତୁ ସାମିଲ୍‌

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଳୀ ୧୬୦୫ : ଗ୍ରୀଷ୍ମ ଋତୁରେ ସମସ୍ତଙ୍କୁ ନିଜର ବିଶେଷ ଯତ୍ନ ନେବା ଉଚିତ୍‌ । ନଚେତ୍‌ ବହୁତ ରୋଗ ହେବାର ଆଶଙ୍କା ରହିପାରେ । ଏହି ଋତୁରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ଆମେ ନିଶ୍ଚିତ ଭାବରେ କିଛି ଥଣ୍ଡା ପାନୀୟ ପିଇଥାଉ। କିନ୍ତୁ ଆପଣ ଜାଣନ୍ତି କି କିଛି ପାନୀୟ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ମଧ୍ୟ କମିଥାଏ।

ଯେଉଁମାନଙ୍କର ଉଚ୍ଚ କୋଲେଷ୍ଟ୍ରଲ୍ର ସମସ୍ୟା ରହିଛି, ସେମାନେ ଅଏଲି ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡ୍ ଖାଇବା ଉଚିତ୍ ନୁହେଁ । ଆମେ ଆଜି ଏପରି କିଛି ସୁପର ଡ୍ରିଙ୍କ୍ ବିଷୟରେ କହୁଛୁ। ଯାହାକୁ ପିଇବା ଦ୍ବାରା ଯାହା ଖରାପ କୋଲେଷ୍ଟ୍ରଲ୍ର ସମସ୍ୟାରୁ ମୁକ୍ତି ମିଳିଥାଏ

ଗ୍ରୀନ୍‌ ଟି-ଗ୍ରୀନ୍ ଟିରେ କ୍ୟାଟେଚିନ୍ ଏବଂ ଏପିଗାଲୋକାଟେଚିନ୍ ଗାଲେଟ୍ ରହିଥାଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣର ଭରପୂର ଅଟେ । ଏହା ଦିନକୁ ଦୁଇଥର ପିଇବା କରିବା ଜରୁରୀ । କାରଣ ଏହା କରିବା ଦ୍ୱାରା ଶରୀରରେ ଖରାପ କଲୋଷ୍ଟ୍ରଲ୍‌ର ମାତ୍ରା କମ୍‌ କରିଥାଏ।

ଓଟସ୍‌ ମିଲ୍କ-ସକାଳ ବ୍ରେକ୍‌ଫାଷ୍ଟରେ ଓଟସ୍ ମିଲ୍କ ନିୟମିତ ପିଅନ୍ତୁ। ଏହାକୁ ପିଇବା ଦ୍ବାରା ଉଚ୍ଚ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ।

ଟମାଟୋ ଜୁସ୍‌-ଗ୍ରୀଷ୍ମ ଋତୁରେ ଟମାଟୋ ଖାଇବାକୁ ପରାମର୍ଶ ଦିଆଯାଏ। କାରଣ ଏଥିରେ ଥିବା ଜଳର ମାତ୍ରା ବହୁତ ଅଧିକ ଥାଏ। ଯାହା ଶରୀର କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ । ଏଥିରେ ଥିବା ଫାଇବର ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ । ତେଣୁ ନିୟମିତ ଭାବେ ଟମାଟୋ ରସ ପିଅନ୍ତୁ ।

ସୋୟା ମିଲ୍କ-କୁହାଯାଏ ସୋୟା ମିଲ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏଥିରେ କୋଲେଷ୍ଟ୍ରଲର ସ୍ତର ପରିଚାଳନା କରିବାର କ୍ଷମତା ଅଛି । ଏହାକୁ ନିୟମିତ ଖାଦ୍ୟରେ ସାମିଲ୍‌ କରାଯିବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.