ମୋତେ ୧୦ ଜଣ ନିର୍ମମ ମାଡ ମାରିଲେ, ଡୋମିନିକାରୁ ଟେକି ନେଇଗଲେ, ପୋଲିସଠାରେ ମେହୁଲଙ୍କ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭।୦୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ  ଡୋମିନିକା ଜେଲରେ। ଚୋକସି ଦାବି କରିଛନ୍ତି, ତାଙ୍କୁ ଡୋମିନିକାରେ ମାଡ ମରାଯାଇଥିଲା। ଏଥିପାଇଁ ସେ ଅଚେତ୍ ହୋଇ ପଡିଥିଲେ। ଆଣ୍ଟିଗୁଆରୁ ଅପହରଣ କରି ଡୋମିନିକା ଆଣିବା ବିଷୟରେ ଚୋକସି ପୋଲିସରେ ଅଭିଯୋଗ କରିଛି। ଆଣ୍ଟିଗୁଆ ପୋଲିସକୁ ଦେଇଥିବା ଅଭିଯୋଗରେ ଚୋକସି କହିଛନ୍ତି, ୮ ରୁ ୧୦ ଜଣ ଲୋକ ମୋ ପାଖକୁ ଆସି ଆଣ୍ଟିଗୁଆ ପୋଲିସର ପରିଚୟ ଦେଇଥିଲେ। ସେମାନେ ମୋତେ ନିର୍ମମ ମାଡ ମାରିଥିଲେ ଏବଂ ମୁଁ ଅଚେତ୍ ହୋଇ ପଡିଥିଲି। ମୋ ଫୋନ, ଘଡି ଏବଂ ପର୍ସ ଛଡେଇ ନେଲେ। ଆମେ ଆପଣଙ୍କଠୁ ଲୁଟିବାକୁ ଚାହୁଁନାହିଁ କହି ଅପହରଣକାରୀ ମୋ ପର୍ସ ଫେରାଇ ଦେଇଥିଲେ ବୋଲି ଚୋକସି କହିଛି।

ଏପରିକି ମେହୁଲ ଚୋକସି ୮ ରୁ ୧୦ ଜଣ ଲୋକଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଏଥିରୁ ଜଣଙ୍କର ନାମ ବାରବରା ଜରାବିକ ଏବଂ ଅନ୍ୟ ଦୁଇ ଜଣଙ୍କ ନାମ ନରେନ୍ଦ୍ର ସିଂହ ଓ ଗୁରମିତ ସିଂହ। ଏହା  ବ୍ୟତୀତ କିଛି ଅଜଣା ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଚୋକସିଙ୍କ ମତରେ ୮ ରୁ ୧୦ ଜଣ ତାଙ୍କୁ ଅପହରଣ କରି ନେଇଥିଲେ। ଅପହରଣ କରିଥିବା ବ୍ୟକ୍ତିମାନେ ତାଙ୍କୁ ଭାରତର ରାଷ୍ଟ୍ରଦୂତଙ୍କ ସହ ଭେଟ କରାଇବେ ବୋଲି କହିଥିଲେ। ମେହୁଲଙ୍କ ଅଭିଯୋଗକୁ ଆଧାର କରି ଆଣ୍ଟିଗୁଆ ଓ ବାରବୁଡା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

ଆଣ୍ଟିଗୁଆର ନ୍ୟୁଜ୍ ରୁମ୍ ଅନୁଯାୟୀ, ଚୋକସିଙ୍କ ଓକିଲ ମେହୁଲ ଚୋକସିଙ୍କ ଅପହରଣ କରିଥିବା ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏହା ପରେ ତଦନ୍ତ ଆରମ୍ଭ ହୋଇ ଯାଇଛି। ଯଦି ଏହି ଅଭିଯୋଗ ସତ ପ୍ରମାଣିତ  ହୁଏ ତେବେ ମାମଲା ସଙ୍ଗୀନ ବୋଲି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପୋଲିସ ଚୋକସିଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.