ଚର୍ଚ୍ଚାରେ ୭ ଫୁଟର ଚକୋଲେଟ୍‌ ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’, ସେଫ୍‌ ସେୟାର କଲେ ପ୍ରତିମୂର୍ତ୍ତି ପ୍ରସ୍ତୁତିର ଭିଡିଓ

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୦୯/୦୭ : ପୁଣି ଚର୍ଚ୍ଚାରେ ଚକୋଲେଟ୍‌ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି।  ପ୍ରସିଦ୍ଧ ପେଷ୍ଟ୍ରି ସେଫ୍‌ ଅମୌରି ଗୁଚୋନ ଏକ ଅଜବ କାରନାମା କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।  ଅମୌରି ଗୁଚୋନ ଚକୋଲେଟରେ ବିଶ୍ବ ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ ଲିବର୍ଟିର ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଏହାର ଉଚ୍ଚତା ରହିଛି ୭ ଫୁଟ । ଗୁଚୋନ କହିଛନ୍ତି ଯେ ଏହା ଏପର୍ଯ୍ୟନ୍ତ ସେ ତିଆରି କରିଥିବା ସବୁଠାରୁ ଉଚ୍ଚ କଳାକୃତି ।

ଆମେରିକାର ସ୍ବାଧୀନତା ଦିବସ ଅବସରରେ ଅମୌରି ଗୁଚୋନ ଏହି ମୂର୍ତ୍ତି ତିଆରି କରିଥିଲେ। ସେଦିନ ସେ ଚକୋଲେଟରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଚକୋଲେଟ ପ୍ରତିମୂର୍ତ୍ତି ତିଆରି କରିଥିବାର ଭିଡିଓ ସେୟାର କରିଛନ୍ତି । ଚକୋଲେଟକୁ କିଛି ରଙ୍ଗ ସହ ମିଶ୍ରଣ କରାଯାଇଛି। ସେ ଇନଷ୍ଟାଗ୍ରାମରେ ଚକୋଲେଟରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ତିଆରି କରିବାର ପୁରା ଭିଡିଓ ପୋଷ୍ଟ କରିଛନ୍ତି।

wp:html
/wp:html

କ୍ୟାପ୍ସନରେ ଲେଖିଛନ୍ତି, ଚକୋଲେଟ୍ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ! ଏହି ଚକୋଲେଟ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ୭ ଫୁଟ ଉଚ୍ଚ। ଆପଣ ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭକାମନା। ପୂର୍ବରୁ ମଧ୍ୟ ସେଫ ଗୁଚୋନ ଚକୋଲେଟରେ ଅନେକ ଜିନିଷ ତିଆରି କରିଛନ୍ତି। ଏହା ପୂର୍ବରୁ ସେ ଚକୋଲେଟରେ ଟେଲିସ୍କୋପ୍, ବାଇକ୍ ଓ ବାଦ୍ୟଯନ୍ତ୍ର ଆଦି ତିଆରି କରି ତାର ଭିଡିଓ ସେୟାର କରିଥିଲେ । ଏଥର ସେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ତିଆରି କରିଛନ୍ତି । ସୋସିଆଲ ମିଡ଼ିଆ ୟୁଜର୍ସ ଗୁଚୋନଙ୍କ ଏହି କୃତି ପାଇଁ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.