Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚକୋଲେଟ୍ ଡେ’ : ରାଜଧାନୀରେ ସବୁଠୁ ଅଧିକ ବିକ୍ରି ହେଲା ହାର୍ଟ ସେପ୍‌ର ଚକୋଲେଟ୍

ଭୁବନେଶ୍ବର ୯|୨:  ଆଜି ଚକୋଲେଟ୍ ଡେ । ଏହାକୁ ନେଇ ୟଙ୍ଗଷ୍ଟାରଙ୍କଠାରେ ନାହିଁ ନ ଥିବା ଉତ୍ସାହ । କିଏ କାହାକୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିଛି ତ । ଆଉ କିଏ ପୁଣି ଗୋଲାପ ଫୁଲ ଦେଇ ପ୍ରେମର ପରିପ୍ରକାଶ କରିଛନ୍ତି ।

ପ୍ରେମ ଆଉ ଚୋକଲେଟ, ଚକୋଲେଟ୍ ଆଉ ପ୍ରେମ । ଏହି ଦୁଇଟି ଏମିତି ଶବ୍ଦ । ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ସତରେ କହିବା ପାଇଁ ଗଲେ ମିଠା ବିନା ପ୍ରେମ ଅଧୁରା । ଆପଣ ବୁଝି ପାରୁଥିବେ ଆମେ କାହିଁକି ଏକ କଥା କହୁଛୁ । କାରଣ ଏବେ ଚାଲିଛି ପ୍ରେମର ସପ୍ତାହ । ଆଉ ଆଜି ହେଉଛି ଚକୋଲେଟ୍ ଡେ । ସେପଟେ ଯଦି ଦେଖିବା ପ୍ରେମ ଟା ଚକୋଲେଟ୍ ପରି । ଫରକ ଏତିକି ଚକୋଲେଟ୍ ପାଟିରେ ମିଳେଇଯାଏ । ଆଉ ପ୍ରେମ ମନରେ । ସେଇଥିପାଇଁ ଆଜିର ଦିନଟିକୁ ପ୍ରେମୀ ଯୁଗଳ ନିଆରା ଢଙ୍ଗରେ ପାଳିଛନ୍ତି । କିଏ ନିଜ ପ୍ରମିକାକୁ ହୃଦୟ ଅକୃତିର ଚକୋଲେଟ୍ ଦେଲାଣି ତ । ଆଉ କିଏ ପୁଣି ପ୍ରେମିକକୁ ପୁଲ୍ ଅକୃତିର ଚକୋଲେଟ୍ । ହାତରେ ହାତ ଛନ୍ଦି ପାର୍କ, ମଲ, ରେଷ୍ଟୁରାଣ୍ଟରେ ଉଭୟ ଉଭୟଙ୍କୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିଛନ୍ତି । ଏହାକୁ ନେଇ ଆଜି ରାଜଧାନୀର ବିଭିନ୍ନ ମଲରେ ନାହିଁ ନ ଥିବା ଭିଡ ଦେଖିବାକୁ ମଳିଥିଲା । ସତେ ଯେମିତି ଚକୋଲେଟ୍ ବିନା ପ୍ରେମ ଅଧୁରା ।

ଆଉ କେଇଟା ଦିନ ପରେ ଭାଲେନଟାଇନ୍ ଡେ । ଯୁବକ ଯୁବତୀଙ୍କ ଠାରେ ନାହିଁ ନ ଥିବା ଉତ୍ସାହା । ଖାସ ପ୍ରମୀ ଯୁଗଳ ଏହାକୁ ପାଳନ କରିବା ବିଭିନ୍ନ ପ୍ରକାର ପ୍ଲାନ କରିଛନ୍ତି । ସେପଟେ ଏହାକୁ ନେଇ ଆରଚିସ ଦୋକାନଗୁଡିକ ସ୍ବତନ୍ତ୍ର ଯୋଜନା କରିଛନ୍ତି । ଯେହେତୁ ଏବେ ଚାଲିଛି ଭାଲେନଟାଇନ୍ ଉଇକ । ତାକୁ ବିଭିନ୍ନ କିଶମର ଭେରାଇଟି ରଖାଯାଇଛି । ଆଜି ଚକୋଲେଟ୍ ଡେ । ସେଇଥିପାଇଁ ଭେରାଇଟି ଚକୋଲେଟ ଷ୍ଟୋରରେ ଉପଲବ୍ଧ ରହିଛି । ଦଶ ଟଙ୍କାରୁ ଆରମ୍ଭ କରି ଏକ ହାଜାର ଟଙ୍କା ଦାମର ଚକୋଲେଟ ରହିଛି । ତେବେ ହାର୍ଟ ସେପ ଥିବା ଚକୋଲେଟର ବେଶି ଡିମାଣ୍ଡ ଥିବା ଦୋକାନୀ କହିଛନ୍ତି ।

ଚକୋଲେଟ ଡେ କେବଳ ଯେ ପ୍ରେମୀ ଯୁଗଳଙ୍କ ପାଇଁ ତାହା ନୁହେଁ । ଏହି ଦିନରେ କିଛି ଜଣ ବାପା ମାଁଙ୍କୁ ଚକଲେଟ ଦେଇ ନିଜ ଭଲ ପାଇବା ଦେଖାଇଛନ୍ତି ।

112 Views

   ସମ୍ବନ୍ଧିତ ଖବର