ଚିକେନ ଚକୋଲେଟ୍ ବନାଇବା ସେଫଙ୍କୁ ପଡ଼ିଲା ମହଙ୍ଗା : ପ୍ରଶଂସା ବଦଳରେ ମିଳିଲା ପୁଳାଏ ଗାଳି

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୯/୯: ଇଣ୍ଟରନେଟରେ ଏପରି ଅନେକ ଅଦ୍ଭୁତ ଖାଇବା ଜିନିଷ ମିଳିଥାଏ ଯାହାର ସୂଚନା ଆପଣଙ୍କୁ ପୂର୍ବରୁ ନଥାଏ। ଗୋଲାପ ଜାମୁ ପାଓଠୁ ଆରମ୍ଭ କରି ସୁଇଟ୍ ମ୍ୟାଗି ଏବଂ କୁରକୁରେ ମିଲ୍କଶେକ ଏସବୁ କିଛି ଅଦ୍ଭୁତ ବ୍ୟଞ୍ଜନ ଯାହା ପୂର୍ବରୁ ଭାଇରାଲ୍ ହୋଇ ସାରିଛି। କିନ୍ତୁ ଆପଣ ଚକୋଲେଟ୍ ଫ୍ରାଇଡ ଚିକେନ ବିଷୟରେ ଶୁଣିଛନ୍ତି କି? ଏବେ ସୋସିଆଲ୍ ମିଡିଆରେ ଏହି ଅଦ୍ଭୁତ ବ୍ୟଞ୍ଜନ ଭାଇରାଲ୍ ହେଉଛି ଯେଉଁଥିରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

ସୋସିଆଲ୍ ମିଡିଆରେ @unadelicia ନାମକ ୟୁଜର ଚକୋଲେଟ୍ ଫ୍ରାଇଡ ଚିକେନ ପ୍ରସ୍ତୁତ କରିବାର ପୂରା ବିଧିର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ତରଳ ଚକୋଲେଟରେ ଚିକେନକୁ ଲଗାଇ ଏହାକୁ ତେଲରେ ପକାଇବା ଦେଖାଯାଉଛି।

ବ୍ୟକ୍ତି ଓଭାନରୁ ଚିକେନକୁ ବାହାର କରୁଛନ୍ତି ଏବଂ ଏହା ପରେ ଚକୋଲେଟ୍ ପୂର୍ଣ୍ଣ ପାତ୍ରରେ ଏହାକୁ ବୁଡ଼ାଉଛନ୍ତି। ଏହା ପରେ ଚିକେନକୁ ତେଲରେ ପକାଇ ଭାଜୁଛନ୍ତି ଏବଂ ଏହା ପରେ ଚଟଣୀ ସହ ଏହାକୁ କଦଳୀ ପତ୍ରରେ ପରଷୁଛନ୍ତି।

ଏହି ଭିଡିଓକୁ ସେୟାର କରାଯିବା ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି ଏବଂ ଏହାକୁ ଏବେ ସୁଦ୍ଧା ୧.୩ମିଲିୟନରୁ ଅଧିକ ଥର ଦେଖାଯାଇଛି।

ଏହି ଭିଡିଓକୁ ଦେଖିବା ପରେ ଲୋକେ ଏହାକୁ ବନାଇବା ବ୍ୟକ୍ତି ଉପରେ ରାଗି ଯାଇଥିଲେ। ଜଣେ ବ୍ୟକ୍ତି ଏହି ଭିଡିଓକୁ ନେଇ କହିଛନ୍ତି ଯେ ତାଙ୍କୁ ଏହା ଦେଖି ଘୃଣା ଆସୁଛି।

@pxrple_mxnchie ଲେଖିଛନ୍ତି ଯେ ଚକୋଲେଟକୁ କିପରି ଭଜାଯାଇପାରିବ? କାରଣ ଏହା ସମ୍ଭବ ନୁହେଁ।

@CaBizzle11 ନାମକ ଟ୍ବିଟର ୟୁଜର ଭିଡିଓକୁ ଦେଖି ଅସନ୍ତୁଷ୍ଟ ହୋଇ କହିଛନ୍ତି ଯେ ନିଶ୍ଚିତ ଭାବେ ଏହି କାମ ପାଇଁ ବ୍ୟକ୍ତି ଜଣକ ନର୍କ ଯିବ।

@RTthehoodstar ଭିଡିଓକୁ ନେଇ କହିଛନ୍ତି ଯେ ପ୍ରଥମ ଥର ସେ ଏହାକୁ କେକ୍ ଭାବିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.