Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସନ୍ତୁଷ୍ଟ କରିପାରିଲାନି ଗୁରୁପ୍ରିୟା ସେତୁ: ଭୋଟ ବର୍ଜନ ଲାଗି ଗର୍ଜିଲେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳବାସୀ

24/03/2019 at 6:06 PM

ମାଲକାନଗିରି ୨୪|୩ (ରଞ୍ଜିତ ଶାହା) : ନିର୍ବାଚନ ବର୍ଜନ ଲାଗି ଗର୍ଜିଲେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳବାସୀ ।ଗୁରୁପ୍ରିୟା ସେତୁ ଦ୍ବାରା ବିଚ୍ଛିନ୍ନାଞ୍ଚଳରେ ବିକାଶର ଧାରା ପହଞ୍ଚିଥିବା ବେଳେ ସେହି ଅଞ୍ଚଳବାସୀ କିନ୍ତୁ ବହୁ ଅସୁବିଧାରେ ଅଛନ୍ତି ।ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବେବି ସେମାନଙ୍କ ପାଇଁ ସାତ ସପନ ହୋଇ ରହିଛି ।…

ସ୍ବାଭିମାନବାସୀଙ୍କ ଅଭିମାନ ।ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍‌ ଦେବେ ନାହିଁ ବୋଲି କହିଲେ ବିଚ୍ଛିନ୍ନାଞ୍ଚଳ ବାସିନ୍ଦା । ୬ ଦଶନ୍ଧି ଧରି ଜଳବନ୍ଦୀ ଜୀବନ ବିତାଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନା଼ଞ୍ଚଳ ବାସିନ୍ଦା ଏଥର ଭୋଟ୍ ବର୍ଜନ କରିବ ଲାଗି ଅଣ୍ଟା ଭିଡ଼ିଛନ୍ତି ।

ପଣଷପୁଟ, ଗାଜଲମାମୁଡ଼ି, ଅଣ୍ଡ୍ରାପାଲ୍ଲୀ, ଜୋଡ଼ାଆମ୍ବ ଓ ଯନ୍ତ୍ରୀ ଆଦି ପଞ୍ଚାୟତର ଲୋକମାନେ ପ୍ଲାକାର୍ଡ ଧରି ଭୋଟ୍‌ ବର୍ଜନ ଲାଗି ଆହ୍ବାନ ଦେଇଛନ୍ତି ।ସେମାନଙ୍କ ଏହି ଆନ୍ଦୋଳନକୁ ମାଓବାଦୀ ସଂଗଠନ ମଧ୍ୟ ସମର୍ଥନ ଜଣାଇଛି ।ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବି ୫ଟି ପଞ୍ଚାୟତର ଲୋକେ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛନ୍ତି ।ସେମାନେ ଏବେବି ଜଳଭଣ୍ଡାର ଭିତରେ ବିପଦସଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ଯିବା ଆସିବା କରୁଛନ୍ତି ।…

ବିଚ୍ଛିନ୍ନାଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବ୍ୟାପକ ସମସ୍ୟା ରହିଛି ।ପଣଷପୁଟ, ଗାଜଲମାମୁଡ଼ି, ଅଣ୍ଡ୍ରାପାଲ୍ଲୀ ଭଳି ୫ଟି ପଞ୍ଚାୟତ ପାଇଁ ଜୋଡ଼ାଆମ୍ବ ଠାରେ ଗୋଟିଏ ମାତ୍ର ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଛି ।ସେଠାରେ କେବେହେଲେ ଡାକ୍ତରଙ୍କର ଦେଖା ମିଳୁନଥିବା ବେଳେ ଗାଁରେ କାଁ ଭାଁ ସ୍ବାସ୍ଥ୍ୟକର୍ମୀ ଦେଖାଯାଆନ୍ତି ।ରୋଗବ୍ୟାଧି ହେଲେ ମାଇଲ ମାଇଲ ଭାରରେ ବୁହାଇବାକୁ ପଡ଼େ ।ଇନ୍ଦିରା ଆବାସ ଘର ମିଳୁନଥିବା ବେଳେ ଟଙ୍କିକିଆ ଚାଉଳ ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼େ ।…

ଗୋଟିଏ ପଟେ ପ୍ରମୁଖ ରାଜନୈତିକ ଦଳ ବିକାଶ କରିଥିବାର ଦାବି କରି ଭୋଟରଙ୍କ ଠାରୁ ଭୋଟ୍‌ ଭିକ୍ଷା ନୁହେଁ ଦାବି କରୁଥିବା ବେଳେ, ଅନ୍ୟପଟେ ବିଚ୍ଛିନ୍ନାଞ୍ଚଳ ବାସୀ ସେମାନଙ୍କର କିଭଳି ବିକାଶ ହୋଇଛି, ତାହା ଦେଖିବାକୁ ଚ୍ୟାଲେଞ୍ଜ କରିଛନ୍ତି ।

   Related Posts