Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର : ମାଲକାନଗିରି ଜିଲ୍ଲାପାଳଙ୍କୁ ସ୍କୁଲ ସମସ୍ୟା ଜଣାଇବାକୁ ୟୁନିଫର୍ମ ପିନ୍ଧି ପ୍ଲାକାର୍ଡ ଧରି ୬ କିଲୋମିଟର ଚାଲିବା ପରେ ଜଳଭଣ୍ଡାର ପାର୍ ହେଲେ ଚିତ୍ରକୋଣ୍ଡାର ଛାତ୍ରଛାତ୍ରୀ

26/08/2019 at 8:39 AM

ମାଲକାନଗିରି ୨୬/୮:  ସର୍ବଶିକ୍ଷା ଅଭିଯାନକୁ ନେଇ ଆଗକୁ ବଢ଼ୁଥିବା ଆମ ବ୍ୟବସ୍ଥା କହୁଛି ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ । ହେଲେ ବ୍ୟବସ୍ଥା ଭିତରେ ଥିବା ଅବ୍ୟବସ୍ଥା ପାଇଁ ନା ସଭିଏଁ  ପଢ଼ିପାରୁଛନ୍ତି, ନା ଆଗକୁ ବଢ଼ିପାରୁଛନ୍ତି ?  ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୨ଶହ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କ ସହ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ପ୍ରମୁଖ ସମସ୍ୟା ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିବାକୁ ଗତକାଲି ସକାଳୁ ସକାଳୁ ବାହାରିଛନ୍ତି ।

ଚିତ୍ରକୋଣ୍ଡାରେ ରାତ୍ରୀ ଯାପନ କରିବା ପରେ  ଆଜି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇବେ ।  ଦୀର୍ଘଦିନର ସମସ୍ୟା ନେଇ ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରିଛନ୍ତି । ପିଲାମାନଙ୍କ ସହ ମଧ୍ୟ ୬ଟି ପଞ୍ଚାୟତର ୬୦୦ଗ୍ରାମବାସୀ ମାନେ ସାମିଲ ହୋଇଛନ୍ତି । ସମସ୍ତଙ୍କର ଗୋଟିଏ ମିଶନ ରହିଛି ମାନକାଲଗିରି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦିର୍ଘ ସମସ୍ୟା ଅବଗତ କରାଇବେ ।

   Related Posts