କରୋନା ଯୋଦ୍ଧା କୋଭିଡ୍ ପଜିଟିଭ୍, ପୋଲିସ କର୍ମଚାରୀ ସଂକ୍ରମିତ ପରେ ଥାନା ସିଲ୍

Published By : Prameya-News7 Bureau | August 01, 2020 IST

ଚିତ୍ରକୋଣ୍ଡା ୧।୮: ମାଲକାନଗିରି ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଚିତ୍ରକୋଣ୍ଡା ଥାନାକୁ ସିଲ୍ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେଣ୍ଟମେଣ୍ଟ ଭାବେ ଘୋଷଣା କରିଲେ ଚିତ୍ରକୋଣ୍ଡା ବ୍ଲକ୍ ପ୍ରଶାସନ ଅଧିକାରୀ । କୌଣସି କାର୍ଯ୍ୟ ନଥିଲେ ଘରୁ କେହି ବି ବାହାରକୁ ବହାରନ୍ତୁ ନାହିଁ ।  ବାହାର ଗାଁର ଲୋକଙ୍କୁ ଭିତରକୁ ପ୍ରବେଶ ନିଷିଦ୍ଧ କରାଯାଇଛି ।

{"id":308427,"sizeSlug":"large"}

ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ଓ ଚିତ୍ରକୋଣ୍ଡା ସିଲେରୁ ମୁଖ୍ୟ ରାସ୍ତା ସହ ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ କଲୋନୀକୁ ସିଲ୍ କଲେ ବ୍ଲକ୍ ଅଧିକାରୀ ।  ଯଦି କିଏ ନିୟମର ଉଲଂଘନ କରିବେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଫୋନ ନଂରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। କଣ୍ଟେଣ୍ଟମେଣ୍ଟ ଘୋଷଣା ପରେ ଚିତ୍ରକୋଣ୍ଡା ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।  ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ରାସ୍ତା ସିଲ୍ କରାଯାଇଥିବା ସ୍ଥାନରେ ପୋଲିସ ପଇଁତରା ଜୋରଦାର ରହିଥିବା ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.