Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆମ କଥା ଶୁଣ, ନହେଲେ ଆନ୍ଧ୍ରରେ ମିଶିବୁ –ଚେତାବନୀ ଦେଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ବାସୀ

12/09/2019 at 6:03 PM

 ମାଲକାନଗିରି ୧୨।୯-ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନା ଞ୍ଚଳର ୬ଟି ପଞ୍ଚାୟତର ଲୋକଙ୍କ ମେଳି । ଓଡ଼ିଶା ଛାଡି ଏମାନେ ଆନ୍ଧ୍ରରେ ମିଶିବାକୁ ଯୋଜନା କରିଛନ୍ତି । ଦୀର୍ଘଦିନ ହେଲା ଏହି ଲୋକଙ୍କୁ ଓଡ଼ିଶା ସରକାର ଶିକ୍ଷା, ସ୍ବାସ୍ଥ୍ୟ ଭଳି କୌଣସି ମୌଳିକ ସୁବିଧା ଦେଉ ନଥିବାରୁ ସେମାନେ ଆନ୍ଧ୍ରରେ ମିଶିବାକୁ ଯୋଜନା କରିଛନ୍ତି ।

ଆମ କଥା ଶୁଣ, ନହେଲେ ଆନ୍ଧ୍ରରେ ମିଶୁବୁ । ଆମ ମୌଳିକ ଅଧିକାର ଉପରେ ଗୁରୁତ୍ବ ଦିଅ , ନଚେତ ଆମେ ଆନ୍ଧ୍ରରେ ମିଶିବାକୁ ଯୋଜାନ କରିବୁ । ଏଭଳି ଚେତାବନୀ ଦେଇଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ୬ଟି ପଞ୍ଚୟାତର ହଜାର ହଜାର ଲୋକେ । ପଣସପୁଟ ,ଅଣ୍ଡରାପାଲ୍ଲି,ଯୋଡାମ୍ବ, ଯନ୍ତ୍ରୀ , ଗାଜୁଲମାମୁଡି ଓ ମୁଦୁଲିଗୁଡା ପଞ୍ଚାୟତର ଶହଶହ ଲୋକେ ଏକାଠି ହୋଇ ଓଡ଼ିଶା ସରକାରଙ୍କ ଏଭଳି ବୈମାତୃକ ମନୋଭାବ ଉପରେ ପ୍ରତିବାଦ ଜଣାଇଛନ୍ତି । ଏହି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ନାହିଁ । ବାରମ୍ବାର ଦାବି ସତ୍ବେ ନେତା କି ପ୍ରଶାସନ କେହି ଶୁଣୁ ନାହାନ୍ତି । ତେଣୁ ଗତ ୨୬ରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଦୀର୍ଘ ବାଟ ପଦଯାତ୍ରା କରିଥିଲେ ।ଜିଲ୍ଲାପାଳଙ୍କୁ ଭେଟିବା ପୂର୍ବରୁ ହିଁ ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଫେରାଇ ଦିଆଯାଇଥିଲା ।ଆଉ ସେହି ପ୍ରତିଶୃତି ପାଳନ ପାଇଁ  ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହି ।

ଏହିଅଞ୍ଚଳରେ ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ପ୍ୟାକଜ ଘୋଷଣା କରିଛନ୍ତି । ହେଲେ ଏହି ଘୋଷଣା କେବଳ ଘୋଷଣାରେ ହିଁ ସୀମିତ ରହିଛି । ଜିଲ୍ଲା ପ୍ରଶାସନ କିମ୍ବା ସରକାର ଅଞ୍ଚଳର ବିକାଶ ପାଇଁ କୌଣସି ପଦକ୍ଷପ ନେଉ ନାହାନ୍ତି । ଅଞ୍ଚଳବାସୀ ଦାବି ଉଠାଇଲେ କେବଳ ପ୍ରତିଶୃତି ଦେଇ ବସିଯାଉଛନ୍ତି । ତେଣୁ ଏଭଳି ପ୍ରତିଶ୍ରୁତିରେ ଆଉ ଭଳି ଯିବାକୁ ଚାହୁଁ ନାହାନ୍ତି ଅଞ୍ଚଳବାସୀ । ଓଡିଶା ସରକାର ପଦକ୍ଷେପ ନନେଲେ ପଡୋଶୀ ଆନ୍ଧ୍ରପ୍ରଦେଶରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି ।

ଲୋକେ ଭୋଗୁଥିବା ସମସ୍ୟାର ସମାଧାନ ବିଷୟରେ ଦାବି କରିବା ସହ ପ୍ରଶାସନିକ ବାବୁ ଓ ସରକାରଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଛି ।  ନହେଲେ ଆନ୍ଧ୍ରରେ ମିଶିବେ ବୋଲି ଏହି ବିଚ୍ଛିନ୍ନାଞ୍ଚଳ ଅଧିବାସୀ  ଚେତାବନୀ ଦେଇଛନ୍ତି ।

   Related Posts