ଚିତ୍ରକଳା ଶିବିର 'ମେଘ ମହ୍ଲାର' ଉଦଘାଟିତ, ଅଂଶଗ୍ରହଣ କଲେ ୩୧ ଶିଳ୍ପୀ

Published By : Prameya-News7 Bureau | November 02, 2021 IST

ଭୁବନେଶ୍ୱର ୦୨।୧୧ :   ଓଡିଶା ଲଲିତ କଳା ଏକାଡେମୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମାଲକାନଗିରି ଦ୍ୱାରା ଆୟୋଜିତ ମେଘ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ମେଘ ମହ୍ଲାର ଆୟୋଜିତ ହୋଇଅଛି । ଉକ୍ତଶିବିରକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡିଆ ସଙ୍ଗୀତ ନାଟକ ଏଖାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରଥ, ଲୋକକଳାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବାସୁଦେବ ମାଲବିଶୋଇ, ରାଜ୍ୟ ଲୋକକଳା ସଙ୍ଘର ସଭାପତି ଶ୍ରୀ ଅବନିସ କୁମାର ମିଶ୍ର, ଓଡିଶା ଲଲିତ କଳା ଏକାଡେମୀ ସଚିବ, ଶ୍ରୀ ପଞ୍ଚାନନ ସାମଲ ଓ ଜୟପୁର ଆର୍ଟ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଯୁଧିଷ୍ଠିର ମଲ୍ଲିକ ଶୁଭ ଉଦଘାଟନ କରିଥିଲେ ।

ଏଥି ସହିତ ଚିତ୍ର ଓ ସାହିତ୍ୟରେ ବର୍ଷାର ଚିତ୍ରଣ କଳା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରେ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ଅତିଥି ମାନେ ପ୍ରାରମ୍ଭରେ ଶିଳ୍ପୀମାନଙ୍କୁ ପୁଷ୍ପମାଲ୍ୟ ଦେଇ ଏହି ଶିବିରକୁ ସ୍ୱାଗତ କରିଥିଲେ । ଦୀପାରାଣୀ ନାୟକ, ବିବେକାନନ୍ଦ ମହାପାତ୍ର, ଗୁରୁ ଶିଷ୍ୟ, ଜଗନ୍ନାଥ ସ୍ୱାଇଁ, ଜ୍ୟୋତିର୍ଦେବ ସିଂ, ସୋଫିଆ ୟସମିନ, ଜ୍ୟୋତିରଞ୍ଜନ ପଣ୍ଡା, ଜୀବନ ଜ୍ୟୋତି ଥଟାଇ, ଶଶିକାନ୍ତ ପୃଷ୍ଠି, ନରେନ୍ଦ୍ର କୁମାର ମାଝି, ଜ୍ୟୋତିରଞ୍ଜନ ସାହୁ, ସୌମ୍ୟ ରଞ୍ଜନ ସାହୁ,  ଫକୀର ମେହେର, ଖରତ ତାଣ୍ଡି, ତ୍ରିଲୋଚନ ସାହୁ, କୂଳଦୀପ ରାୟ, ଅରଜିତ ଦାସ, ଅଜୟ କୁମାର ପରିଡା, ଦିବ୍ୟ ଲୋଚନ ମହନ୍ତ, ଦ୍ୱୀତିକୃଷ୍ଠ ବରାଦ, ଲକ୍ଷ୍ମୀ ନାରାୟଣ ଦୁଅଁ ଆଦି ସୁନ୍ଦର ଜଳରଙ୍ଗ ଛବି ଅଙ୍କନ କରିଥିଲେ ।

ଚିତ୍ର ଶିବିରରେ ଭୁବନେଶ୍ୱରରୁ ବିଭୁତି କାନୁନଗୋ ଚାରୁକଳା ମହାବିଦ୍ୟାଳୟ, ଧଉଳି ଚାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟରୁ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱ-ବିଦ୍ୟାଳୟ ଓ କୋରାପୁଟରୁ ଶ୍ରୀ ବିକ୍ରମଦେଓ ଚାରୁ ଓ କାରୁ କଳା ବିଦ୍ୟାଳୟର ମୋଟ ୩୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିଳ୍ପୀମାନଙ୍କ ଚିତ୍ରରେ ମାଲକାନଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବର୍ଷା ଋତୁ ସମ୍ବନ୍ଧୀୟ ଚିତ୍ର ବେଶ ଆକର୍ଷଣୀୟ ଓ ପ୍ରଶଂସନୀୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.