Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା ସାନି ବିଜ୍ଞପ୍ତି, ମେ ୧୩ରେ ମତଦାନ
  • ||
  • ମାଲକାନଗିରି : ରକ୍ତ ମୁଖା ଲାଲ୍‌ବାହିନୀ , ପୋଲିସ ଇନଫର୍ମର ସନ୍ଦେହରେ ୨ଛାତ୍ରଙ୍କୁ ଗଳାକାଟି ହତ୍ୟା
  • ||
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||
  • ଭୁବନେଶ୍ୱର : ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ଆଗକୁ ଆହୁରି ବଢିବ ତାତି
  • ||

ଚୈତ୍ର ଏକାଦଶୀରେ ପାଳନ କରନ୍ତୁ ଭଗବାନ ବିଷ୍ଣୁଙ୍କ ବ୍ରତ : ମିଳିବ ସମସ୍ତ ପାପରୁ ମୁକ୍ତି

17/03/2020 at 11:51 AM

ଭୁବନେଶ୍ୱର ୧୭/୦୩ : ହିନ୍ଦୁ ପାଞ୍ଜି ହିସାବରେ ବର୍ତ୍ତମାନ ଚୈତ୍ର ମାସ କୃଷ୍ଣ ପକ୍ଷ ଚାଲିଛି | ଏହି ପକ୍ଷ ଏକଦଶୀକୁ ପାପମୋଚନ ଏକାଦଶୀ ବୋଲି କୁହାଯାଏ | ତେବେ ପାପମୋଚନ ଏକାଦଶୀ କେବେ ତାହା ପାଞ୍ଜିରେ ସ୍ପଷ୍ଟ ହୋଇନାହିଁ | କାରଣ କିଛି ପାଞ୍ଜିରେ ମାର୍ଚ୍ଚ ୧୯ ତାରିଖ ଥିବାବେଳେ ଆଉ କିଛି ପାଞ୍ଜିରେ ଏହା ମାର୍ଚ୍ଚ ୨୦ ତାରିଖ ରହିଛି | ଉଜ୍ଜେନର ଜ୍ୟୋତିଷ ପଣ୍ଡିତ ମନୀଷ ଶର୍ମାଙ୍କ କହିବାନୁଯାୟୀ, ମାର୍ଚ୍ଚ ୧୯ ତାରିଖ ସକାଳ ୭.୩୩ ମିନିଟ ଯାଏଁ ଦଶମୀ ତିଥି ରହିବ | ଏହାପରେ ଏକାଦଶୀ ଆରମ୍ଭ ହେବ | ମାର୍ଚ୍ଚ ୨୦ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଏକାଦଶୀ ତିଥି ରହିବ | ସେଥିପାଇଁ ୧୯ ତାରିଖରେ ଏକାଦଶୀ ବ୍ରତ ପାଳନ କରାଯିବ |

ଆସନ୍ତୁ ଜାଣିବା ପାପମୋଚନ ଏକାଦଶୀ ସହ ଜଡିତ କିଛି ତଥ୍ୟ :

ପଣ୍ଡିତ ମନୀଷ ଶର୍ମାଙ୍କ କହିବାନୁଯାୟୀ, ପୂର୍ବ କାଳରେ ମଞ୍ଜୁଘୋଷା ନାମକ ଜଣେ ଅପସରା ଚ୍ୟବନ ରୁଷିଙ୍କ ଉପରେ ମୋହିତ ହୋଇଯାଇଥିଲେ | ସେତେବେଳେ ରୁଷି ତପସ୍ୟାରେ ବସିଥିଲେ | ଅପସରା ରୁଷିଙ୍କ ତପସ୍ୟା ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ | ଏଥିପାଇଁ କାମଦେବ ଅପସରାଙ୍କୁ ସାହାଯ୍ୟ କାଇଥିଲେ ଯାହାଫଳରେ ରୁଷିଙ୍କ ତପସ୍ୟା ଭଙ୍ଗ ହୋଇଥିଲା | ଆଖି ଖୋଲିଲା ବେଳକୁ ସାମ୍ନାରେ ଜଣେ ସୁନ୍ଦର ଅପସରାଙ୍କୁ ଦେଖି ରୁଷି ତପସ୍ୟା ଭୁଲିଗଲେ | କିନ୍ତୁ କିଛି ସମୟ ପରେ ତାଙ୍କର ମନେପଡିଥିଲା ଯେ ସେ ତପସ୍ୟାରେ ବସିଥିଲେ ଏବଂ ଅପସରାଙ୍କ ପାଇଁ ତାଙ୍କର ତପସ୍ୟା ଭଙ୍ଗ ହୋଇଛି | ଏଥିରେ ରାଗିଯାଇ ରୁଷି ଅପସରାଙ୍କୁ ପିଶାଚୀନୀ ହେବାର ଅଭିଶାପ ଦେଇଥିଲେ |

ଅପସରା ନିଜ ଭୁଲ ସ୍ୱୀକାର କରିଥିଲେ ଏବଂ ରୁଷିଙ୍କୁ କ୍ଷମା ମାଗିଥିଲେ | ଅପସରାଙ୍କୁ ପାପରୁ ମୁକ୍ତି ପାଇବା ପାଇଁ ପାପମୋଚନ ଏକାଦଶୀ ବ୍ରତ କରିବା ପାଇଁ ରୁଷି ତାଙ୍କୁ କହିଥିଲେ | ଏହି ବ୍ରତ କରିବା ଦ୍ୱାରା ସେ ଅଭିଶାପରୁ ମୁକ୍ତ ହୋଇଯିବେ ବୋଲି କହିଥିଲେ | ନିଜେ ରୁଷି ମଧ୍ୟ ଏହି ବ୍ରତ ପାଳନ କରିଥିଲେ | ବ୍ରତର ପ୍ରଭାବରେ ଅପସରା ପୁଣିଥରେ ନିଜ ପୂର୍ବ ରୂପ ଫେରି ପାଇଥିଲେ | ରୁଷି ମଧ୍ୟ ପୁଣିଥରେ ତପସ୍ୟା କରିଥିଲେ |

ସେହିଦିନଠାରୁ ଏହି ପ୍ରଥା ଚାଲିଆସିଛି | ଏହି ବ୍ରତ ପାଳନ ଦ୍ୱାରା ବ୍ୟକ୍ତିକୁ ସବୁ ପାପରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ସୁଖଶାନ୍ତି ଆଗମନ ହୋଇଥାଏ ବୋଲି ବିଶ୍ୱାସ ରହିଛି | ଭଗବାନ ବିଷ୍ଣୁଙ୍କ କୃପାରୁ ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି |

   Related Posts