ସେନାର 'ଚିତା' ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

Published By : Prameya-News7 Bureau | February 03, 2020 IST

ଶ୍ରୀନଗର ୩।୨ : ଜମ୍ମୁ-କାଶ୍ମୀର ସୀମାବର୍ତ୍ତୀ ଅରନାସ ଅଞ୍ଚଳରେ ସୋମବାର ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ୨ ଜଣ ପାଇଲଟ୍ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲିକପ୍ଟରକୁ ଜରୁରି ଲ୍ୟାଣ୍ଡିଂ କରାଯିବା ବେଳେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଚିତା ହେଲିକପ୍ଟରଟି ଉଦ୍ଧମପୁର କ୍ୟାମ୍ପରୁ ରୁଟିନ ଉଡାଣ କରୁଥିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପାଇଲଟ ହେଲିକପ୍ଟରର ଜରୁରି ଲ୍ୟାଣ୍ଡିଂ କରିବାକୁ ଚାହିଁଥିଲେ। ଏଥିଲାଗି ଅନୁମତି ମଧ୍ୟ ମିଳିଥିଲା। ତେବେ ଏମାର୍ଜେନ୍ସୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସେନା ପକ୍ଷରୁ ହେଲିକପ୍ଟର ଦୁର୍ଘଟଣା ନେଇ ସୂଚନା ଦିଆଯାଇଛି। ଏଥିରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିକୁ ପାଇଲଟଙ୍କ ଟ୍ରେନିଂ ଲାଗି ବ୍ୟବହାର କରାଯାଇଥାଏ ବୋଲି କୁହାଯାଇଛି। ଆଜି ମଧ୍ୟ ହେଲିକପ୍ଚଟରଟି ପାଇଲଟଙ୍କ ଟ୍ରେନିଂରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି। ତେବେ ଏଥିରେ ଥିବା ଉଭୟ ପାଇଲଟ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.