ଆଇକୋର ଗ୍ରୁପ୍ ଚିଟ୍‌ଫଣ୍ଡ ଠକେଇ ମାମଲା ; ସୁମନ ଚଟ୍ଟୋପାଧ୍ୟାୟ ସିବିଆଇ କବଜାରେ ସୁମନ ଚଟ୍ଟୋପାଧ୍ୟାୟ

Published By : Prameya-News7 Bureau | December 21, 2018 IST

ଭୁବନେଶ୍ବର ୨୧|୧୨: ଆଇକୋର ଗ୍ରୁପ୍ ଚିଟଫଣ୍ଡ ଠକେଇ ଘଟଣାରେ ସିବିଆଇ କବଜାରେ ସୁମନ ଚଟ୍ଟୋପାଧ୍ୟାୟ । ଗତକାଲି ସିବିଆଇ ସୁମନଙ୍କୁ କୋଲକାତାରୁ ଗିରଫ କରିଛି । ଆଜି ଭୁବନେଶ୍ବରରେ ସିବିଆଇରେ ତାଙ୍କୁ ହାଜର କରାଯାଇ ଜେରା କରାଯାଇଛି । ଆଇକୋର ଚିଟଫଣ୍ଡ ସଂସ୍ଥା ବିରୋଧରେ ୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ ଆଦି ରାଜ୍ୟରେ ସଂସ୍ଥାର ଶଖା ରହିଛି । ଜମାକାରୀଙ୍କୁ ଅଧିକ ସୁଧ ଦେବା ଲୋଭ ଦେଖାଇ ଆଇକୋର ଚିଟଫଣ୍ଡ ସଂସ୍ଥାଏଭଳି ଠକେଇ କରିଥିଲା । ସଂସ୍ଥା ପକ୍ଷରୁ ଏକ ଗଣମାଧ୍ୟମ ସଂସ୍ଥା ଖୋଲାଯାଇଥିଲା। ଏହି ଗଣମାଧ୍ୟମର ମୁଖ୍ୟ ଭାବେ କାର୍ଯ୍ୟକରୁଥିଲେ ସୁମନ। ସୁମନଙ୍କ ଆକାଉଣ୍ଟକୁ ଆଇକୋର କମ୍ପାନୀରୁ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ସିବିଆଇ ତଦନ୍ତରୁ ଜାଣିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.