Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଚିଟଫଣ୍ଡକୁ ନେଇ ରାଜନୀତି, ଆରୋପ ଓ ପ୍ରତ୍ୟାରୋପର ଲଢେଇ ଭିତରେ ହଜିଯାଉଛି କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ବାର୍ଥ: ରାଷ୍ଟ୍ରପତିଙ୍କୁ ଦାବିପତ୍ର

5/02/2019 at 6:26 PM

କଟକ୫|୨: ଚିଟ୍‌ଫଣ୍ଡ ଠକେଇ ତନାଘନା ଏବଂ ସିବିଆଇର ଆକ୍ସନକୁ ନେଇ ପଶ୍ଚିମବଙ୍ଗରୁ ଓଡ଼ିଶା ଚର୍ଚ୍ଚା ଯୋର୍‌ ଧରିଥିବା ବେଳେ ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ୟା’ରି ଭିତରେ କ୍ଷତିଗ୍ରସ୍ତ ଜାମାକାରୀ କିଭଳି ସେମାନଙ୍କ ଟଙ୍କା ଫେରିପାଇବେ ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବ ତାକୁ ନେଇ ଉଠିଛି ପ୍ରଶ୍ନ । …..

ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇର ଆକ୍ସନକୁ ନେଇ ପଶ୍ଚିମବଙ୍ଗରେ ଜାରି ରହିଛି ଘମାସାନ ।ମାମଲା ଏବେ ସୁପ୍ରିମକୋର୍ଟକୁ ଯାଇଛି । ହେଲେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି । ସିବିଆଇର ଆକ୍ସନ ଉପରେ ପ୍ରଶ୍ନ ଉଠାଉଛନ୍ତି ବିଭିନ୍ନ ସଂଗଠନ । ସିବିଆଇ କେନ୍ଦ୍ର ସରକାରଙ୍କ ହାତବାରିସି ସାଜି କାମ କରୁଥିବା ଅଭିଯୋଗ କରିଛି ସମତାକ୍ରାନ୍ତି ମଞ୍ଚ । ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନିରପେକ୍ଷତା ଓ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ମଞ୍ଚ । ଏଥିସହ କଟକ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ।

ଗୋଟେ ପଟେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କିଭଳି ସେମାନଙ୍କ ଟଙ୍କା ଫେରିପାଇବେ ତାକୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶାରେ ନିଯୁକ୍ତ ଚିଟ୍‌ଫଣ୍ଡ କମିଶନଙ୍କ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମୋଟ ୮ଲକ୍ଷ ୧୭ହଜାର ୨୫୩ଜଣ ସତ୍ୟପାଠ ଦାଖଲ କରିଛନ୍ତି ।ସେଥିମଧ୍ୟରୁ ପାଞ୍ଚଟି ପର୍ଯ୍ୟାୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ଷଷ୍ଠ ପର୍ଯ୍ୟାୟ ରିପୋର୍ଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି କମିଶନ । ୧ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ସେମାନଙ୍କ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି କମିଶନ । ଆମ ରାଜ୍ୟରେ ମଧ୍ୟ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା କିଛି କମ୍‌ ନୁହେଁ ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେଣୁ ଘଟଣାକୁ ନେଇ ରାଜନୀତି ନକରି ବରଂ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କିଭଳି ସେମାନଙ୍କ ଟଙ୍କା ଫେରି ପାଇବେ ସେଥିପାଇଁ ଉଦ୍ୟମ ହେବା ଦରକାର ବୋଲି ଦାବି ହୋଇଛି । ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା ଦ୍ବାରା ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେଥିରେ କୌଣସି ସଂଦେହ ନାହିଁ । ତେବେ ସେ କ୍ରାଇମବ୍ରାଞ୍ଚ ହେଉ କି ସିବିଆଇ ଯେ, କୌଣସି ସଂସ୍ଥା ଏହାର ତଦନ୍ତ କରୁଛନ୍ତି, ସେଥିରେ ସ୍ବଚ୍ଛତା ରଖିଲେ ହିଁ ଚିଟ୍‌ଫଣ୍ଡ ମାମଲାରେ ଉଚିତ୍‌ ନ୍ୟାୟ ମିଳିପାରିବ ।

   Related Posts